ଅନଲକ୍ ୧.୦ ନେଇ ରାଜ୍ୟ ସରକାରଙ୍କ ଘୋଷଣା: ସପ୍ତାହକୁ ୨ ଦିନ ସଟଡାଉନ ନିଷ୍ପତି; ପ୍ରତି ଶନିବାର-ରବିବାର ୧୧ଜିଲ୍ଲା ସଂପୂର୍ଣ୍ଣ ବନ୍ଦ, ମାସ୍କ ନପିନ୍ଧିଲେ ଜୋରିମାନା

6,969

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ ନିଷ୍ପତି । ରାଜ୍ୟରେ ସର୍ତ୍ତମୂଳକ ଭାବେ କୋହଳ କରାଗଲା କରୋନା କଟକଣା । ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୧୧ଟି ଜିଲ୍ଲାରେ ସଟଡାଉନ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ତେବେ ପ୍ରତି ଶନିବାର ଏବଂ ରବିବାର ଦିନ ରାଜ୍ୟର ୧୧ଟି ଜିଲ୍ଲା ସଂପୂର୍ଣ୍ଣ ସଟଡାଉନ ରହିବ ।

ତେବେ ଏହି ଜିଲ୍ଲା ଗୁଡିକ ହେଲା, ଗଂଜାମ, କଟକ, ଖୋର୍ଧା, ପୁରୀ, ଭଦ୍ରକ, ଯାଜପୁର, ବାଲେଶ୍ୱର, ନୟାଗଡ, କେନ୍ଦ୍ରାପଡା, ଜଗତସିଂହପୁର ଏବଂ ବଲାଙ୍ଗୀର ଜିଲ୍ଲା ସପ୍ତାହକୁ ୨ ଦିନ ସଂପୂର୍ଣ୍ଣ ବନ୍ଦ ରହିବା ସେହିଭଳି ଏହି ଦୁଇ ଦିନିଆ ସଟଡାଉନ କଟକଣା ରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ କୌଣସି ଅଫିସ ମଧ୍ୟ ନଖୋଲା ଯିବା ନେଇ ନିଷ୍ପତି ନେଇଛନ୍ତି ସରକାର । ସେହିଭଳି ଏହି ସଟଡାଉନ ପିରିୟଡରେ କେବଳ ଜରୁରୀ ସେବା ଜାରି ରହିବ । ଏବଂ ବାହାରେ ଛେପ ପକାଇଲେ ଏବଂ ମାସ୍କ ନପିନ୍ଧି ଘରୁ ବାହାରିଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହକ କରାଯିବା ନେଇ କଡା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ଏବେ ନଜର ପକାନ୍ତୁ ଅନଲକ୍ ୧.୦ ନେଇ ରାଜ୍ୟ ସରକାରଙ୍କ କି କି ନିର୍ଦ୍ଦେଶନାମା ଜାରି ହୋଇଛି ..

• ଜୁନ୍ ୩୦ ପର୍ଯ୍ୟନ୍ତ ସପିଂ ମଲ୍ ବନ୍ଦ

• ଜୁଲାଇ ୩୧ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

• ଜୁନ୍ ୩୦ ଯାଏଁ ଧର୍ମାନୁଷ୍ଠାନକୁ ଶ୍ରଦ୍ଧାଳୁଙ୍କୁ ମନା

• ଅନ୍ତର୍ଜାତୀୟ ବିମାନସେବା ୩୦ ଜୁନ୍ ପର୍ଯ୍ୟନ୍ତ ବନ୍ଦ

• ସିନେମା ହଲ୍, ଜିମ୍, ପାର୍କ, ବାର୍, ଅଡି଼ଟୋରିୟମ୍ ଜୁନ୍ ୩୦ ଯାଏଁ ବନ୍ଦ

• ଜୁନ୍ ୩୦ ଯାଏଁ କୌଣସି ସମାବେଶକୁ ଅନୁମତି ନାହିଁ

ରାଜ୍ୟ ସରକାରଙ୍କ ସଟଡାଉନ କଟକଣା

• ୧୧ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟଡାଉନ

• ଗଞ୍ଜାମ, ପୁରୀ, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ଯାଜପୁର, ନୟାଗଡ, କଟକ, ବାଲେଶ୍ୱର, ବଲାଙ୍ଗୀର ଜିଲ୍ଲାରେ ଶନି ଓ ରବି ସଟଡାଉନ

• ୧୧ ଜିଲ୍ଲାରେ ଜରୁରୀ ସେବା ଜାରି ରହିବ

• ହସ୍ପିଟାଲ ଓ ଔଷଧ ଦୋକାନ ଖୋଲାରହିବ

• ପେଟ୍ରୋଲ ପମ୍ପ ଖୋଲା ରହିବ, ଗଣମାଧ୍ୟମକୁ ଅନୁମତି

• ଜଳଯୋଗାଣ, ବିଦ୍ୟୁତ ସେବା ଜାରି ରହିବ

• ବଜାର, ଅଫିସ, ଗ୍ରୋସରୀ ଦୋକାନ ବନ୍ଦ