କନକ ବ୍ୟୁରୋ: କିଛି ଅଧିକାରୀଙ୍କୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିସନ । ୨ ଜିଲ୍ଲାପାଳ, ୫ ଏସପି ଓ ଜଣେ ଆଇଜିଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ରାଞ୍ଚଳ ଆଇଜିଙ୍କୁ ହଟାଇବାକୁ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ । ସେହିପରି କଟକ ଓ ଜଗତସିଂହପୁର ଜିଲ୍ଲାପାଳଙ୍କୁ ବି ହଟାଇବାକୁ ନିର୍ଦ୍ଦେଶ । ଅନୁଗୁଳ, ବ୍ରହ୍ମପୁର, ଖୋର୍ଦ୍ଧା, ରାଉରକେଲା ଓ ସୁନ୍ଦରଗଡ ଏସପିଙ୍କୁ ହଟାଇବାକୁ ନିର୍ଦ୍ଦେଶ ।