ପୁଣି ସରକାରଙ୍କୁ ଘାରିଲାଣି କରୋନା ଚିନ୍ତା । ରାଜ୍ୟରେ କୋଭିଡ ହସ୍ପିଟାଲ ଚାଲୁ କରିବାକୁ ନିର୍ଦ୍ଦେଶ

236

କନକ ବ୍ୟୁରୋ: ପୁଣି ସରକାରଙ୍କୁ ଘାରିଲାଣି କରୋନା ଚିନ୍ତା । କୋଭିଡ ହସ୍ପିଟାଲକୁ ପୁଣି ଚାଲୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ଓ ଘରୋଇ କୋଭିଡ ହସ୍ପିଟାଲ ଚାଲୁ କରିବାକୁ ନିର୍ଦ୍ଦେଶ । ପ୍ରଥମ ଲହରରେ ଚାଲୁଥିବା ହସ୍ପିଟାଲକୁ ସକ୍ରିୟା ରଖିବାକୁ ନିର୍ଦ୍ଦେଶ । ଆବଶ୍ୟକସ୍ଥଳେ ୫୦ ଶର୍ଯ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହପରି ସାଧାରଣ ଶଯ୍ୟାର ୨୦ ପ୍ରତିଶତ ଆଇସିୟୁ ବ୍ୟବସ୍ଥା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ଆଇସିୟୁ ଶଯ୍ୟାର ୫୦ ପ୍ରତିଶତ ଭେଣ୍ଟିଲେଟର ରହିବ । ଶହେରୁ ଅଧିକ ଶଯ୍ୟା ଥିବା ହସ୍ପିଟାଲରେ ସମସ୍ତ ପ୍ରକାର ଅସ୍ତ୍ରୋପଚାର ବ୍ୟବସ୍ଥା ରହିବ । ମେର୍ଟୋନିଟି କେୟାର, ଏନଆଇସିୟୁ ଓ ଡାଇଲିସିସ ଉପଲବ୍ଧ ରହିବ ।

ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢିବାରେ ଲାଗିଛି । ଦିନକୁ ଦିନ ସଂକ୍ରମଣ ବଢୁଥିବାରୁ ଆଗରୁ ସଜାଗ ହୋଇଛନ୍ତି ସରକାର । ତେଣୁ ପୁଣି ରାଜ୍ୟରେ ସମସ୍ତ କୋଭିଡ ହସ୍ପିଟାଲ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ।