ଆସନ୍ତା ୧୯ରୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ: ପ୍ରଭାବରେ କେନ୍ଦ୍ରୀୟ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା; ତଳିଆ ଅଂଚଳରେ ଅଧିକ ବର୍ଷା ହେଲେ ସୃଷ୍ଟି ହୋଇପାରେ ବନ୍ୟା ପରିସ୍ଥିତି

243

କନକ ବ୍ୟୁରୋ: ଲଘୁଚାପ ଉତର ପଶ୍ଚିମ ମୁହାଁ ହୋଇ ଉତର ଛତିଶଗଡ଼ ଉପରେ ରହିଛି । ତେଣୁ ଏହା ଦୁର୍ବଳ ହୋଇଗଲାଣି । ବର୍ଷାର ସମ୍ଭାବନା ମଧ୍ୟ କମୁଛି । ସେପଟେ ୧୯ତାରିଖରେ ଆଉ ଏକ ଲଘୁଚାପ ଉତର ବଙ୍ଗୋପସାଗରରେ ସୃଷ୍ଟି ହେବ । ଏହାର ପ୍ରଭାବରେ କେନ୍ଦ୍ରିୟ ଓ ଦକ୍ଷୀଣ ଓଡ଼ିଶାର ବର୍ଷା ପ୍ରବଳ ହେବ । ତଳିଆ ଅଂଚଳରେ ଅଧିକା ବର୍ଷା ହେଲେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ କିନ୍ତୁ ବର୍ତମାନ ସେଭଳି କିଛି ଆଶଙ୍କା ନାହିଁ ।

ସକାଳ ସୁଦ୍ଧା ମାଲକାନାଗିରିରେ ସର୍ବାଧିକ ୬୨ଦଶମିକ ୪ ମିଲିମିଟର ବର୍ଷା ରେକର୍ଡ଼ ହୋଇଛି । ସେହିପରି ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର ରାୟଗଡ଼ାକୁ ସତର୍କ ସୁଚନା ଜାରି କରାଯାଇଛି । ସେହିପରି ୧୯ତାରିଖରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ସୁନ୍ଦରଗଡ଼, ମୟୁରଭଂଜ, ଦେବଗଡ଼,ଅନୁଗୁଳ,କେନ୍ଦୁଝର ବାଲେଶ୍ୱରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

Comments are closed.