କନକ ବ୍ୟୁରୋ: ଲଘୁଚାପ ଉତର ପଶ୍ଚିମ ମୁହାଁ ହୋଇ ଉତର ଛତିଶଗଡ଼ ଉପରେ ରହିଛି । ତେଣୁ ଏହା ଦୁର୍ବଳ ହୋଇଗଲାଣି । ବର୍ଷାର ସମ୍ଭାବନା ମଧ୍ୟ କମୁଛି । ସେପଟେ ୧୯ତାରିଖରେ ଆଉ ଏକ ଲଘୁଚାପ ଉତର ବଙ୍ଗୋପସାଗରରେ ସୃଷ୍ଟି ହେବ । ଏହାର ପ୍ରଭାବରେ କେନ୍ଦ୍ରିୟ ଓ ଦକ୍ଷୀଣ ଓଡ଼ିଶାର ବର୍ଷା ପ୍ରବଳ ହେବ । ତଳିଆ ଅଂଚଳରେ ଅଧିକା ବର୍ଷା ହେଲେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ କିନ୍ତୁ ବର୍ତମାନ ସେଭଳି କିଛି ଆଶଙ୍କା ନାହିଁ ।
ସକାଳ ସୁଦ୍ଧା ମାଲକାନାଗିରିରେ ସର୍ବାଧିକ ୬୨ଦଶମିକ ୪ ମିଲିମିଟର ବର୍ଷା ରେକର୍ଡ଼ ହୋଇଛି । ସେହିପରି ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର ରାୟଗଡ଼ାକୁ ସତର୍କ ସୁଚନା ଜାରି କରାଯାଇଛି । ସେହିପରି ୧୯ତାରିଖରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ସୁନ୍ଦରଗଡ଼, ମୟୁରଭଂଜ, ଦେବଗଡ଼,ଅନୁଗୁଳ,କେନ୍ଦୁଝର ବାଲେଶ୍ୱରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/maxresdefault-1.jpg)
/kanak/media/post_attachments/wp-content/uploads/2020/08/HEAVY_RAINFALL_THUM-0000000-1-1024x576.jpg)