କନକ ବ୍ୟୁରୋ : ସାମୁଦ୍ରିକ ଝଡ ‘ଫୋନି’ ଓଡିଶାରେ ଲ୍ୟାଣ୍ଡଫଲ କରିବା ପରେ ସବୁଠୁ ଅଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କ ମଧ୍ୟରେ ରହିଛି ପୁରୀ, ଗଞ୍ଜାମ, ଖୋର୍ଦ୍ଧା ଏବଂ ଜଗତସିଂହପୁର । କେନ୍ଦ୍ରାପଡା ଏବଂ ବାଲେଶ୍ୱର ଜିଲ୍ଲା ଆଂଶିକ କ୍ଷତିଗ୍ରସ୍ତ ହେବ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ଅନୁମାନ କରାଯାଇଛି । ତେବେ ଆଜିଠାରୁ ପବନର ବେଗ ବଢିବ ଏବଂ ଉପକୂଳବର୍ତ୍ତୀ ୧୧ଟି ଜିଲ୍ଲାକୁ ସାମୁଦ୍ରିକ ଝଡ ପ୍ରଭାବିତ କରିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ ।/kanak/media/post_attachments/wp-content/uploads/2019/05/AWE-300x120.png)
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ୨ ତାରିଖ ପାଇଁ ୭ଟି ଜିଲ୍ଲା-ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କୋରାପୁଟ, ରାୟଗଡା ଏବଂ କନ୍ଧମାଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଅଂଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୩ ତାରିଖରେ ୧୭ଟି ଜିଲ୍ଲା-ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ୱର, କନ୍ଧମାଳ, ରାୟଗଡା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜରେ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଅର୍ଥାତ ଏସବୁ ଅଂଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହି ୩ ତାରିଖରେ ୪ଟି ଜିଲ୍ଲା- ବୌଦ୍ଧ, କଳାହାଣ୍ଡି, ସମ୍ବଲପୁର ଏବଂ ଦେବଗଡରେ ୟେଲୋ ୱାଣ୍ଣିଂ ଜାରି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/WARNING.jpg)