କନକ ବ୍ୟୁରୋ : ଉତ୍ତର ବଙ୍ଗୋପସାଗର ତଥା ପଶ୍ଚିମବଙ୍ଗ ଉପକୂଳରେ ଦାନା ବାନ୍ଧୁଛି ଲଘୁଚାପ। ଶୁକ୍ରବାର ଏହାର ଚିତ୍ର ସ୍ପଷ୍ଟ ହେବାର ଥିବା ବେଳେ ଓଡ଼ିଶାରେ ସକ୍ରିୟ ହୋଇଛି ମୌସୁମୀ। ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି। ଉତ୍ତର ଓ ଉପକୂଳ ଓଡ଼ିଶାରେ ୩୬ ଘଣ୍ଟା ହେଲା ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବାରିପଦାରେ ଦେଶର ସର୍ବାଧିକ ବର୍ଷା ୧୩୧.୬ ମିମି ବର୍ଷା ରେକର୍ଡ କରାଯାଇଛି। ଏଥିସହ ବାଲେଶ୍ବର, ଚନ୍ଦବାଲି, କଟକ, ଭୁବନେଶ୍ବର, ପୁରୀ, ସମ୍ବଲପୁର, ତାଳଚେର, ଅନୁଗୁଳ ଆଦି ସ୍ଥାନରେ ବି ପ୍ରବଳ ବର୍ଷା ଲାଗି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୨୬ ଓ ୨୭ ତାରିଖ ଲାଗି ଓଡ଼ିଶା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
/kanak/media/post_attachments/wp-content/uploads/2019/06/rainfall-1.jpg)