ସାରା ଦୁନିଆରେ ପାଖାପାଖି ୪ କୋଟି ଲୋକ ଟାଇପ୍ -୧ ଡାଇବେଟିସ୍ ରେ ପୀଡିତ ଅଛନ୍ତି ଏବଂ ଏମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀଙ୍କୁ ପ୍ରତିଦିନ , ଦିନକୁ ୨ ଥର ଇନସୁଲିନ୍ ଇଂଜେକ୍ସନ ନେବାକୁ ପଡେ । କାହିଁକିନା ସେମାନେ ତାଙ୍କର ବ୍ଲଡ ସୁଗର ଲେଭେଲ୍ କୁ ନିୟନ୍ତ୍ରଣରେ ରଖିପାରିବେ । କିନ୍ତୁ ବୈଜ୍ଞାନିକ ଏବେ ଇନସୁଲିନ ବଟିକା ବିକସିତ କରୁଛନ୍ତି, ଯଦ୍ୱାରା ଡାଇବେଟିସ୍ ରୋଗୀଙ୍କୁ ଛୁଂଚି ଫୋଡିଲେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ମିଳିବ । ବଟିକା ଓ ଇଂଜେକ୍ସନ ଭିତରୁ ବାଛିବାକୁ ପଡିଲେ ଡାଇବେଟିସ୍ ରୋଗୀ ବଟିକାର ଚୟନ ହିଁ କରିବେ ।
ଟାଇପ୍-୧ ରୋଗୀଙ୍କ ପାଇଁ ଇନସୁଲିନ ର ଓରାଲ ମେଥଡ୍ : ହାଭାର୍ଡ ଜନ୍-ଏ-ପଲସନ୍ ସ୍କୁଲ ଅଫ୍ ଇଂଜିନିୟରିଙ୍ଗ ଆଣ୍ଡ୍ ଅପ୍ଲାଏଡ୍ ସାଇନ୍ସେସ୍ ର ଅନୁସନ୍ଧାନ କର୍ତ୍ତା ଶରୀରରେ ଇନସୁଲିନ୍ ର ସ୍ତର ବଜାୟ ରଖିବା ପାଇଁ ଏକ ଓରାଲ ପଦ୍ଧତି ବିକସିତ କରିଛନ୍ତି, ଯାହା ଜରିଆରେ ଟାଇପ୍-୧ ଡାଇବେଟିସ୍ ରୋଗୀଙ୍କୁ ଇନସୁଲିନ୍ ଇଂଜେକ୍ସନ ନେବାର ଆବଶ୍ୟକତା ପଡିବନି । କିଛି ଲୋକ ଇଂଜେକ୍ସନ ଡରରେ ଇନସୁଲିନ ନିଅନ୍ତିନି ଏବଂ ଯାହାର ପରିଣାମ ସ୍ୱରୂପ ଶରୀରରେ ଗ୍ଲାଇସେମିକ୍ ନିୟନ୍ତ୍ରଣ ଖରାପ ହୋଇଯାଏ ଓ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଗମ୍ଭୀର ଅସୁବିଧା ହୋଇପାରେ । କାହିଁକିନା ଶରୀର ନିଜେ ଇନସୁଲିନ ତିଆରି କରିପାରେନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/06/Pill-633060.jpg)
/kanak/media/post_attachments/wp-content/uploads/2018/06/main-slide-reverse-insulin-resistance-naturally-295-300x165.jpg)