କନକ ବ୍ୟୁରୋ : ହାଇକୋର୍ଟରେ ପହଞ୍ଚିଛି ସେଲିବ୍ରେଟି ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତିଙ୍କ ବିବାଦ । ଫ୍ୟାମିଲି କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ହାଇକୋର୍ଟରେ ଅପିଲ କରିଛନ୍ତି ଅନୁଭବ ମହାନ୍ତି । ପୂର୍ବରୁ ଫ୍ୟାମିଲି କୋର୍ଟ ଅନୁଭବଙ୍କ ଆବେଦନକୁ ଖାରଜ କରିଥିଲେ । ଯାହାକୁ ନେଇ ପୁଣି ଥରେ ହାଇକୋର୍ଟ ଯାଇଛନ୍ତି ଅନୁଭବ । ତେବେ କେନ୍ଦ୍ରାପଡା ସାଂସଦଙ୍କ ଆବେଦନର ବିଚାର ହାଇକୋର୍ଟ କରିବେ ନା ନାହିଁ ଆଜି ଜଣାପଡିବ ବୋଲି ସୂଚନା ମିଳିଛି ।
ଫ୍ୟାମିଲ କୋର୍ଟ ଅନୁଭବଙ୍କ ଆବେଦନକୁ ଖାରଜ କରିବା ପରେ ସୋସିଆଲ ମିଡିଆରେ ପୁଣି ଭିଡିଓ ଛାଡି ଛାଡପତ୍ର ସ୍ୱୀକାର କରିବାକୁ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କୁ ଅନୁରୋଧ କରିଥିଲେ । ଗତ ୧୦ତାରିଖରେ ଏକ ନୂଆ ଭିଡିଓ ଛାଡି ଅନୁଭବ କହିଥିଲେ ବାପାଙ୍କ ଦେହ ବହୁତ ଅସୁସ୍ଥ ଅଛି, ଯାହା ପାଇଁ ରାତିରେ କେହି ଶୋଇପାରୁନାହାଁନ୍ତି । ତେଣୁ ତାଙ୍କ ପରିବାରର କାହା ଜୀବନ ସହ ଖେଳନ୍ତୁ ନାହିଁ ବୋଲି କହିଥିଲେ । ପୂର୍ବରୁ ବିଚ୍ଛେଦ ପରେ ବନ୍ଧୁ ହୋଇ ରହିବା ପାଇଁ ବର୍ଷାଙ୍କ ପାଇଁ ଟ୍ୱିଟ କରିଥିଲେ ଅନୁଭବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/1-34.jpg)