ଓଡିଶାରେ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର ପାଇଁ ବାହାରିଲା ୫୦୦ ପଦବୀ ! ଏଭଳି କରନ୍ତୁ ଆବେଦନ ।

107

ଓପିଏସସି ତରଫରୁ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ଏଏସଓ) ରେ ୫୦୦ ପଦ ପୂରଣ ପାଇଁ ଅଫିସିଆଲ୍ ନୋଟିଫିକେସନ୍ ଜାରୀ କରାଯାଇଛି । ଅଫିସିଆଲ୍ ୱେବସାଇଟ୍ opsc.gov.in ଯାଇ ଆପଣ ନୋଟିଫିକେସନ୍ ଚେକ୍ କରିପାରନ୍ତି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ୍ ୱେବସାଇଟ୍ opsc.gov.in କୁ ଯାଇ (ଏଏସଓ) ପୋଷ୍ଟ ପାଇଁ ଆବେଦନ କରିପାରନ୍ତି । ଚୟନ ପ୍ରାର୍ଥୀଙ୍କ ପାଇଁ ଗ୍ରୁପ୍ ବି ଲେବଲ୍ ପୋଷ୍ଟ୍ ଆସିଷ୍ଟାଣ୍ଟ୍ ସେକ୍ସନ୍ ଅଫିସରରେ ନିଯୁକ୍ତ କରାଯିବ । ଓଡିଶା ସରକାରଙ୍କ ଗୃହ ମନ୍ତ୍ରାଳୟ ବିଭାଗର OdishaSecretariat Service ରେ ନିଯୁକ୍ତି ହେବ ।

ଉପରୋକ୍ତ ପୋଷ୍ଟ୍ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ୧୦ ଅକ୍ଟୋବରରୁ ଆରମ୍ଭ ହେବ । ଆବେଦନ ଜମା କରିବାର ଶେଷ ତାରିଖ ୨୦୧୮ ନଭେମ୍ବର ୯ ରହିଛି । ଇଚ୍ଛୁକ ପ୍ରାର୍ଥୀ ଓପିଏସସିର ଅଫିସିଆଲ୍ ୱେବସାଇଟ୍ କୁ ଯାଇ ଡିଟେଲ୍ସ ଚେକ୍ କରିନିଅନ୍ତୁ । ଓପିଏସସି,ଏସସଓ ର ୫୦୦ ପଦବୀ ପାଇଁ ପରୀକ୍ଷା ସମୟ ଖୁବଶୀଘ୍ର ବାହାରିଯିବ । ଏଥିରୁ ୧୬୬ ଟି ପୋଷ୍ଟ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।

ଦରମା –୩୫,୪୦୦

ବୟସ ସୀମା-୨୧ ରୁ ୩୨

ଯୋଗ୍ୟତା-ଆବେଦନ ପ୍ରାର୍ଥୀଙ୍କ ପାଖରେ ଯେକୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ମାତକର ଡିଗ୍ରୀ ଥିବା ଆବଶ୍ୟକ ।

ପଦ ପାଇଁ ଭ୍ୟାକେନ୍ସି-

ସାମାନ୍ୟ ବର୍ଗ : ୨୬୬

ଏସଇବିସି : ୮୭

ଏସସି : ୭୫

ଏସଟି : ୭୨

ଆବେଦନ ଶୁଳ୍କ : ସାମାନ୍ୟ ବର୍ଗଙ୍କ ପାଇଁ ୩୦୦ ଟଙ୍କା ଶୁଳ୍କ ଦେବାକୁ ପଡୁଥିବା ବେଳେ , ଆରକ୍ଷିତ ବର୍ଗଙ୍କ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।