ବଦଳିଲା ASO ଗ୍ରୁପ-ବି ଲିଖିତ ପରୀକ୍ଷା ତାରିଖ ।

945

କନକ ବ୍ୟୁରୋ: ବଦଳିଲା ଏଏସଓ ଗ୍ରୁପ୍-ବି ଲିଖିତ ପରୀକ୍ଷା ତାରିଖ । ପୂର୍ବ ନିର୍ଦ୍ଧାରିତ ଆସନ୍ତା ଡିସେମ୍ବର ୨୩ ତାରିଖ ପରିବେର୍ତ୍ତ ୨୦୧୯ ଜାନୁୟାରୀ ୨୦ ତାରିଖରେ ହେବ ଲିଖିତ ପରୀକ୍ଷା ବୋଲି ନିଷ୍ପତି କରିଛନ୍ତି ଓପିଏସସି । ଏନେଇ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ( ଓପିଏସସି) ତରଫରୁ ନୋଟିଫିକେସନ୍ ଜାରି କରାଯାଇଛି । 


ଗତ ସେପ୍ଟେମ୍ବର ମାସରେ ଓପିଏସସି ତରଫରୁ ଗ୍ରୁପ୍-ବି ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସରର ୫୦୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏନେଇ ନିଦ୍ଧାରିତ ପଦବୀ ଠାରୁ ମାତ୍ରାଧିକ ପ୍ରାର୍ଥୀ ଆବେଦନ କରିଛନ୍ତି । ଏହାକୁ ପୁର୍ନବାର ସଜାଡ଼ିବା ଏବଂ ନିୟମାବଳୀ ଅନୁସାରେ ପ୍ରାର୍ଥୀମାନଙ୍କ ଚୟନ କରିବା ପାଇଁ ସମୟ ଲାଗିବ ବୋଲି କାରଣ ଦର୍ଶାଇଛନ୍ତି ଓପିଏସସି କର୍ତ୍ତୁପକ୍ଷ । ତେବେ ଆବେଦନକାରୀଙ୍କୁ ଏ ସମ୍ବନ୍ଧୀୟ ଖବର ପ୍ରତିଟି ଅପଡେଟ୍ ଜାଣିବା ପାଇଁ ଖବର କାଗଜ ଏବଂ ଓପିଏସସିର ୱେବସାଇଟ୍ www.opsc.gov.inରେ ପାଇପାରିବେ ।

ତେବେ ଚୟନ ପ୍ରାର୍ଥୀଙ୍କ ପାଇଁ ଗ୍ରୁପ୍ ବି ଲେବଲ୍ ପୋଷ୍ଟ୍ ଆସିଷ୍ଟାଣ୍ଟ୍ ସେକ୍ସନ୍ ଅଫିସରରେ ନିଯୁକ୍ତ କରାଯିବ । ଓଡିଶା ସରକାରଙ୍କ ଗୃହ ମନ୍ତ୍ରାଳୟ ବିଭାଗର  OdishaSecretariat Service ରେ ନିଯୁକ୍ତି ହେବ । ଉପରୋକ୍ତ ପୋଷ୍ଟ୍ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଅକ୍ଟୋବର ୧୦ ତାରିଖରେ ଶେଷ ହୋଇଛି । ଗ୍ରୁପ୍-ବି ଏସସଓ ୫୦୦ ପଦବୀ ମଧ୍ୟରୁ ୧୬୬ ଟି ପୋଷ୍ଟ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ବୋଲି ପୂର୍ବରୁ ନିର୍ଦ୍ଧାରିତ ହୋଇଛି ।