ପରୀକ୍ଷାରେ ବାଧକ ସାଜିବନି ଇଂରାଜୀ ଭାଷା : ଏଣିକି ଓଡ଼ିଆ ଭାଷାରେ ହେବ ଓଏଏସ୍ ପରୀକ୍ଷା

163

କନକ ବ୍ୟୁରୋ : ଏଣିକି ଓଡ଼ିଆ ଭାଷାରେ ହେବ ଓଏଏସ୍ ପରୀକ୍ଷା । ଓଡ଼ିଆ ଭାଷାରେ ଉତ୍ତର ଲେଖିପାରିବେ ପରୀକ୍ଷାର୍ଥୀ । ପରୀକ୍ଷାରେ ଆଉ ଇଂରାଜୀ ଭାଷା ସାଜିବ ନାହିଁ ବାଧକ । ୨୦୧୭ରେ ଇଂରାଜୀରେ ପ୍ରଶ୍ନପତ୍ର ଆସୁଥିବା ବେଳେ ଓଡ଼ିଆ ଭାଷାରେ ଉତ୍ତର ଲେଖିବାକୁ ଅନୁମତି ଦିଆଯାଇଥିଲା । ମାତ୍ର ସଚେତନ ଅଭାବରୁ ଅନେକ ପରୀକ୍ଷାର୍ଥୀ ଏନେଇ ଜାଣିପାରିନଥିଲେ ।

ତେଣୁ ଏବେ ପୁଣିଥରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଓଡ଼ିଆ ଭାଷାରେ ଓଏଏସ ପରୀକ୍ଷା ପ୍ରିଲିମ, ମେନ ଓ ସାକ୍ଷାତକାର ପରୀକ୍ଷା ହେବ । ପ୍ରଶ୍ନପତ୍ରର ପ୍ରଶ୍ନ ଗୁଡ଼ିକ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ରହିବ । ପରୀକ୍ଷାର୍ଥୀ ନିଜ ସୁବିଧା ଅନୁଯାୟୀ ଇଂରାଜୀ ନହେଲେ ଓଡ଼ିଆ ଭାଷାରେ ଲେଖିପାରିବେ । ଏସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗକୁ ଚିଠି ଲେଖାଯାଇ ଅବଗତ କରାଯାଇଛି ।