ସଂସଦରେ ସରକାରଙ୍କୁ ଘେରିଲେ ବିରୋଧୀ । ମଲ୍ଲିକାର୍ଜୁନ ଖଡଗେ କହିଲେ, ଦ୍ୱିତୀୟ ଲହର ପାଇଁ ଅନ୍ୟ ଦେଶ ପ୍ରସ୍ତୁତ ହେଉଥିବା ବେଳେ ଆମ ଦେଶରେ ବିଜୟ ଘୋଷଣା କରିଦେଲେ ସରକାର

116

କନକ ବ୍ୟୁରୋ: ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ପୁଣି ମୁହାଁମୁହିଁ ହୋଇଛନ୍ତି ସରକାର ଓ ବିରୋଧୀ । କରୋନାର ଦ୍ୱିତୀୟ ଲହରବେଳେ ସରକାର ସଠିକ୍ ଭାବେ କାମ କରିଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ । ସେପଟେ ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେସ ବିଜେପି ସରକାରକୁ ସହି ପାରୁ ନାହିଁ ।

ସଂସଦର ଦ୍ୱିତୀୟ ଦିନରେ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ସରକାର ଓ ବିରୋଧୀ । ମଙ୍ଗଳବାର ସଂସଦରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା । ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଦ୍ୱିତୀୟ ଲହର ପାଇଁ ଅନ୍ୟ ଦେଶ ପ୍ରସ୍ତୁତ ହେଉଥିବା ବେଳେ ଆମ ଦେଶରେ ତରବରିଆ ଭାବେ ବିଜୟ ଘୋଷଣା କରିଦେଲେ ସରକାର ।

ସେପଟେ କଂଗ୍ରେସର ମିଛକୁ କାଉଂଟର କରିବା ପାଇଁ ବିଜେପି ସାଂସଦଙ୍କୁ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ କହିଛନ୍ତି ବିଜେପି ସରକାରରେ ଥିବା କଂଗ୍ରେସ ସହିପାରୁ ନାହିଁ । ଆସାମ, ପଶ୍ଚିମ ବଙ୍ଗ ଓ କେରଳରେ ପରାଜୟ ପରେ ବି କଂଗ୍ରେସର ନିଦ ଭାଙ୍ଗୁ ନାହିଁ । କଂଗ୍ରେସ ନେତାଙ୍କ କଥାକୁ ମିଛ ପ୍ରମାଣ କରିବା ପାଇଁ ବିଜେପି ସାଂସଦଙ୍କୁ କାମରେ କରି ଦେଖାବକୁ ମୋଦୀ କହିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ଦ୍ୱିତୀୟ ଲହର ସରି ଯାଇଛି । ଆଗକୁ ତୃତୀୟ ଲହର ବେଳେ ମିଳି ମିଶି କାମ କରିବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ବି ବିରୋଧୀ ଓ ସରକାର ମୁହାଁମୁହିଁ ହୋଇଛନ୍ତି । ଦରଦାମ ବୃଦ୍ଧି, କୋଭିଡ୍ ପରିଚାଳନା, ପେଗାସସ୍ ଭଳି ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।