ଏନଡିଏରୁ ଦ୍ରୌପଦୀ ପ୍ରାର୍ଥୀ ହେବା ପରେ ବିରୋଧୀ ଶିବିରରେ ଦ୍ୱନ୍ଦ୍ୱ: ସମର୍ଥନ ନକଲେ, ଆଦିବାସୀ ବିରୋଧୀ ଚିତ୍ରଣ ହେବାର ରହିଛି ଆଶଙ୍କା

316

କନକ ବ୍ୟୁରୋ: ଆଦିବାସୀ ମହିଳା ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରି ଦେଶର ପ୍ରମୁଖ ବିରୋଧୀ ଦଳଙ୍କୁ ଅଡୁଆରେ ପକାଇ ଦେଇଛି । ବର୍ଷ ବର୍ଷ ଧରି ଦଳିତ ଓ ପଛୁଆ ବର୍ଗକୁ ନେଇ ରାଜନୀତି କରି ଆସୁଥିବା ରାଜନୈତିକ ଦଳମାନେ ଏବେ କଣ କରିବେ ସେନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି ।

ଭଳି ବିରୋଧୀ ରାଜନୈତିକ ଦଳମାନେ ଏବେ ଦ୍ୱନ୍ଦ୍ୱରେ ପଡିଛନ୍ତି । କାରଣ ବର୍ଷ ବର୍ଷ ଧରି ଏହି ରାଜନୈତିକ ଦଳମାନେ ଦଳିତ, ଆଦିବାସୀ, ପଛୁଆ ବର୍ଗର ପ୍ରତିନିଧି କହି ରାଜନୀତି କରି ଆସୁଛନ୍ତି । ସେମାନଙ୍କ ପାଇଁ ଲଢ଼େଇ କରୁଥିବା ଦାବି କରି ଆସୁଛନ୍ତି । ହେଲେ, ଏବେ ଏନଡିଏ ଆଦିବାସୀ ନେତ୍ରୀ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପରେ ସେମାନେ ଅଡୁଆରେ ଛନ୍ଦି ହୋଇପଡିଛନ୍ତି । କାରଣ ଗୋଟିଏ ପଟେ ପାର୍ଟି ତଥା ବିରୋଧୀ ମେଂଟ ପ୍ରାର୍ଥୀ ଯଶୋବନ୍ତ ସିହ୍ନା ଆଉ ଅନ୍ୟପଟେ ପ୍ରତିଦ୍ୱନ୍ଦି ଏନଡିଏର ପ୍ରାର୍ଥୀ ଦ୍ରୌପଦୀ । ସମର୍ଥନ କରିବେ ନା ନାହିଁ କୌଣସି ନିଷ୍ପତି ନେଇ ପାରୁ ନାହାଁନ୍ତି ।

ୟୁପିଏର ସହଯୋଗୀ ରହିଛି ହେମନ୍ତ ସୋରେନଙ୍କ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା । ତେଣୁ ସେ ବିରୋଧୀ ଶିବିରର ପ୍ରାର୍ଥୀଙ୍କୁ ସମର୍ଥନ ଦେବା ଏକ ପ୍ରକାର ସ୍ପଷ୍ଟ ହୋଇଥିଲା । ହେଲେ, ଦ୍ରୌପଦୀ ମୁର୍ମୁ ପୂର୍ବରୁ ଝାଡଖଣ୍ଡର ରାଜ୍ୟପାଳ ଥିବାରୁ ଓ ରାଜ୍ୟରେ ୨୬ପ୍ରତିଶତରୁ ଅଧିକ ଆଦିବାସୀ ରହୁଥିବାରୁ ଦଳ ପାଇଁ ଦ୍ୱନ୍ଦ୍ୱରେ ପଡିଛି ।

ଦ୍ରୌପଦୀଙ୍କୁ ସମର୍ଥନ ନକଲେ ମହିଳା ଓ ଆଦିବାସୀ ବିରୋଧୀ ବୋଲି ଚିିତ୍ରଣ ହେବାର ଆଶଙ୍କା ଏବେ ଏସବୁ ଦଳର ନେତାଙ୍କୁ ଘାରିଛି । କାରଣ ଦ୍ରୌପଦୀ ଏମିତି ଜଣେ ପ୍ରାର୍ଥୀ ଯିଏ ଆଦିବାସୀ ସାଂଗକୁ ମହିଳା, ଦୁଇଟି ବଡ ବର୍ଗଙ୍କ ଭାବାବେଗ ସହ ଜଡିତ । କିନ୍ତୁ ଏନ୍ଡିଏ ପ୍ରାର୍ଥୀଙ୍କୁ ଜିତାଇବା ସପକ୍ଷରେ ନାହାନ୍ତି ଏସ୍ପି ଓ ବିଏସ୍ପି । ଏପଟେ ଓଡିଶା ରାଜ୍ୟ କଂଗ୍ରେସ ନେତା ଖୋଲାଖୋଲି ଦ୍ରୌପଦୀଙ୍କୁ ଭୋଟ ଦେବାକୁ ମନା କରି ଦେଇଛନ୍ତି । ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଆରଏସଏସ ସହ ସମ୍ପର୍କ ଥିବା କୌଣସି ବ୍ୟକ୍ତିଙ୍କୁ କଂଗ୍ରେସ ଭୋଟ ଦେବ ନାହିଁ ।

ଦ୍ରୌପଦୀଙ୍କୁ ପ୍ରାର୍ଥୀ କରି ଏନଡିଓ ଯେଉଁ ମାଷ୍ଟରଷ୍ଟ୍ରୋକ ଖେଳିଛି ତାହା ଦେଶର ପ୍ରମୁଖ ବରୋଧୀ ଦଳମାନଙ୍କୁ ଏମିତି ଅଡୁଆରେ ପକାଇବ ବୋଲି ପୂର୍ବରୁ ହୁଏତ ସେମାନେ ଅନୁମାନ କରିନଥିଲେ । କିନ୍ତୁ ଏବେ ସେହି ପରିସ୍ଥିତି ଉପୁଜିଛି ।