କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କରିବେ ଯଶୱନ୍ତ ସିହ୍ନା । ବିରୋଧୀ ମେଣ୍ଟ ପକ୍ଷରୁ କରିବେ ପ୍ରାର୍ଥିପତ୍ର ଦାଖଲ । ଯଶୱନ୍ତ ସିହ୍ନାଙ୍କ ନାମାଙ୍କନ ଦାଖଲ ସମୟରେ ଶରଦ ପାୱାର, ରାହୁଲ ଗାନ୍ଧୀ ଓ ଅଖିଳେଶ ଯାଦବ ଉପସ୍ଥିତ ରହିବେ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍. କେ ଷ୍ଟାଲିନ୍ ମଧ୍ୟ ସାମିଲ ହେବେ । ଏହା ବାଦ୍ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀ ମଧ୍ୟ ନାମାଙ୍କନ ଦାଖଲ ସମୟରେ ଉପସ୍ଥିତ ରହିବେ । ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ନାମାଙ୍କନ ପାଇଁ ବିରୋଧୀ ନେତା ଦିଲ୍ଲୀ ପହଞ୍ଚି ସାରିଛନ୍ତି ।

Advertisment

ସୂଚନା ଅନୁସାରେ ଦିନ ୧୧ଟା ୩୦ରେ ସଂସଦ ଭବନରେ ବିରୋଧୀ ନେତାଙ୍କ ବୈଠକ ହେବ । ଦିନ ୧୨ଟାରେ ସେକ୍ରେଟାରୀ ଜେନେରାଲଙ୍କ ଅଫିସ୍ ବାହାରେ ସମସ୍ତେ ଏକାଠି ହେବେ । ଦିନ ୧୨ଟା ୧୫ରେ ଯଶୱନ୍ତ ସିହ୍ନା ନାମାଙ୍କନ ଦାଖଲ କରିବେ । ଏହା ପରେ ଗୋଟାଏ ୧୦ ମିନିଟରେ ଯଶୱନ୍ତ ସିହ୍ନା ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡ଼ିଛି । ଗତ ୨୪ ତାରିଖରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନ ଦାଖଲ କରିବେ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ ।