ସିବିଆଇ ଓ ଇଡିର ହେଉଛି ଦୁରୁପଯୋଗ । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳର ୯ ନେତା ।

89

କନକ ବ୍ୟୁରୋ :ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ । କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ ହେଉଥିବା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ବିଜେପିକୁ ନିନ୍ଦା କରିଛନ୍ତି । ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ଏଜେନ୍ସିର ଏବେ ଦୁରୁପଯୋଗ ହେଉଥିବା ଚିଠିରେ ଉଲ୍ଲେଖ କରିଛନ୍ତି ବିରୋଧୀ । କେବଳ ଏତିକି ନୁହେଁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ଟାର୍ଗେଟ କରି ବିରୋଧୀ ଲେଖିଛନ୍ତି ଯେ, ବିରୋଧୀ ଦଳରୁ ଯେଉଁ ନେତା ବିଜେପିରେ ସାମିଲ ହେଉଛନ୍ତି ସେମାନଙ୍କ ବିପକ୍ଷରେ ଯାଞ୍ଚ ଗତି ଧୀମା ହୋଇଯାଉଛି । ସେହିଭଳି କିଛି ରାଜ୍ୟପାଳ ଏବେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବଢୁଥିବା ବିବାଦର କାରଣ ପାଲଟିଛନ୍ତି ।

୨୬ ଫେବ୍ରୁଆରୀରେ ଲମ୍ବା ପଚରାଉଚରା ପରେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ । କିନ୍ତୁ ମନୀଷଙ୍କୁ ଗିରଫ କରିବା ସମୟରେ କୌଣସି ପ୍ରମାଣ ଦେଖାଇନଥିଲା ସିବିଆଇ । ସେହିଭଳି ୨୦୧୪ ପରେ ଯେଉଁ ନେତାଙ୍କ ଉପରେ ବି କାର୍ଯ୍ୟାନୁଷ୍ଠାନ ହୋଇଛି ସେମାନଙ୍କ ମଧ୍ୟରେ ବିପକ୍ଷ ଦଳର ଅଧିକାଂଶ ନେତା ରହିଛନ୍ତି । ସେହିଭଳି କୋଇଲା ଘୋଟାଲାରେ ଇଡି ଛତିଶଗଡ ନେତାଙ୍କ ଘରେ ଚଢାଉ କରିଥିବାର ଦେଖିବାକୁ ମିଳିଛି । ମନି ଲଣ୍ଡ୍ରିଂ ମାମଲାରେ କଂଗ୍ରେସ ନେତାଙ୍କ ଘରେ ଚଢାଉ ହୋଇଥିଲା । କଂଗ୍ରେସର ମହାଅଧିବେଶନ ହେବା ପୂର୍ବରୁ ଏହି ଚଢାଉ କରିଥିଲା ଇଡି ।