କନକ ବ୍ୟୁରୋ : ସଂସଦରେ ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ଉପରେ ମୁହାଁମୁହିଁ ହୋଇଛନ୍ତି ବିଜେପି କଂଗ୍ରେସ । ମହାତ୍ମା ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା ବିଜେପି ସାଂସଦ ଅନନ୍ତ ହେଗଡେଙ୍କ ବିରୋଧରେ, ବିରୋଧ ପ୍ରଦର୍ଶନ କରାଯାଇଛି । ଅପରପକ୍ଷରେ ରାମଙ୍କ ପୂଜାରୀଙ୍କ ଅପମାନ କରାଯାଉଛି ଏବଂ ଏମାନେ ରାବଣର ସନ୍ତାନ ବୋଲି କିଛି ବିବାଦୀୟ କଥା କହିଛନ୍ତି ବିରୋଧୀ ଦଳ ନେତା ଅଧିର ରଂଜନ । ଏହି ବୟାନକୁ ବିରୋଧ କରି ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ କହିଥିଲେ ଯେ ବିଜେପି ନେତା ହେଉଛନ୍ତି ଅସଲ ଗାନ୍ଧୀ ଅନୁଗାମୀ ।
ସଂସଦରେ ବଜେଟ ଅଧିବେଶନର ଚତୁର୍ଥ ଦିନରେ ବି ମୁହାଁମୁହିଁ ହୋଇଛନ୍ତି ବିଜେପି କଂଗ୍ରେସ । ମହାତ୍ମା ଗାନ୍ଧୀଙ୍କ ଉପରେ ବୟାନକୁ ନେଇ ବିଜେପି ସାଂସଦ ଅନନ୍ତ ହେଗଡେଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରାଯାଇଥିବା ବେଳେ କିଛି ବିବାଦୀୟ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଅଧିର ରଂଜନ ଚୌଧୁରୀ ।
ରାମଙ୍କ ପୂଜାରୀଙ୍କ ଅପମାନ କରାଯାଉଛି ଏବଂ ଏମାନେ ରାବଣର ସନ୍ତାନ ବୋଲି କହିଥିଲେ ଅଧିର ରଂଜନ । ଯାହାକୁ ବାଚସ୍ପତିଙ୍କ ନିର୍ଦ୍ଦେଶରେ ଲୋକସଭା କାର୍ଯ୍ୟାବଳୀର ରେକର୍ଡରୁ ହଟାଇ ଦିଆଯାଇଛି । ଅଧିରଙ୍କ ବୟାନକୁ ନେଇ ଲୋକସଭାରେ ଜୋରଦାର ହୋଇଥିଲା ହଙ୍ଗାମା । ଏହି ବୟାନକୁ ବିରୋଧ କରି ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ କହିଥିଲେ ଯେ ବିଜେପି ନେତା ହେଉଛନ୍ତି ଅସଲ ଗାନ୍ଧୀ ଅନୁଗାମୀ ।
ବିଜେପି ସାଂସଦ ଅନନ୍ତ ହେଗଡେଙ୍କ ବିବାଦୀୟ ଗାନ୍ଧୀ ବୟାନ ନେଇ ମଙ୍ଗଳବାର ଦିନ ଲୋକସଭାରେ ଜୋରଦାର ହଙ୍ଗାମା ହୋଇଥିଲା । ଏପରିକି ଗୃହକୁ ମୁଲତବି କରିବାକୁ ପଡିଥିଲା । ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା ସ୍ୱାଧୀନତା ସଂଗ୍ରାମକୁ ନାଟକ ବୋଲି କହିଥିଲେ ବିଜେପି ସାଂସଦ ଅନନ୍ତ କୁମାର ହେଗଡେ । ଏବେ ବିବାଦ ବଢୁଥିବା ଦେଖି ସେ ଏପରି କୌଣସି ବୟାନ ଦେଇନଥିବା କହିଛନ୍ତି ଅନନ୍ତ ହେଗଡେ ।
ବିଜେପି ସାଂସଦ ଅନନ୍ତ କୁମାର ହେଗେଡଙ୍କ ଗାନ୍ଧୀ ସମ୍ପର୍କିତ ବିବାଦୀୟ ବୟାନକୁ ନେଇ ବ୍ୟାକଫୁଟରେ ବିଜେପି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ୱାଧୀନତା ସଂଗ୍ରାମକୁ ନାଟକ ବୋଲି କହିଥିଲେ ବିଜେପି ସାଂସଦ । ତାଙ୍କର ଏହି ବୟାନକୁ ନେଇ ବିଜେପିର ଶ୍ରେଷ୍ଠ ନେତୃତ୍ୱ ଖପ୍ପା ହୋଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏପରିକି ସେ ନିସର୍ତ୍ତକ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେପି ଶ୍ରେଷ୍ଠ ନେତୃତ୍ୱ ଚାହୁୁଁଥିବା ଆଲୋଚନା ହେଉଛି ।