କନକ ବ୍ୟୁରୋ : ଦେଶୀ ମଦକୁ ପ୍ରତିବାଦ କରି ରାସ୍ତାରୋକ କଲେ ମହିଳା । ବ୍ରହ୍ମପୁର ଜିଲ୍ଲା ଦିଗପହଣ୍ଡିରୁ ପାଟପୁରରୁ ଆସିଛି ଏଭଳି ଚିତ୍ର । ଦେଶୀ ମଦ ବିକ୍ରି ବନ୍ଦ କରିବାକୁ ଡେଙ୍ଗାଡି ଗ୍ରାମବାସୀ ଦୀର୍ଘଦିନ ହେବ ଦାବି କରି ଆସୁଛନ୍ତି । କିନ୍ତୁ ଦାବି ନଶୁଣିବାରୁ ଗାଁର ମହିଳାମାନେ ହିଞ୍ଜିଳି ଓ ଜଗନ୍ନାଥପୁର ମୁଖ୍ୟ ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି ।

Advertisment

ଦୁଇଘଣ୍ଟା ଧରି ରାସ୍ତା ବନ୍ଦ ରହିବାରୁ ଶତାଧିକ ଯାତ୍ରୀଙ୍କୁ ନାନା ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଥିଲା । ଏବେବି ସ୍ଥାନୀୟ ବାସିନ୍ଦା ଧାରଣାରେ ବସିଥିବା ସୂଚନା ମିଳିଛି ।