କନକ ବ୍ୟୁରୋ : ପୁରୀରେ ଥିବା ଐତିହ୍ୟ ରେଳ ଇଞ୍ଜିନ ସ୍ଥାନାନ୍ତରକୁ ନେଇ ତେଜୁଛି ଅସନ୍ତୋଷ । ବିଭିନ୍ନ ସଂଗଠନ ପକ୍ଷରୁ ଏହାକୁ ବିରୋଧ କରାଯାଇଛି । ଫଳରେ ଏହାକୁ ଭୁବନେଶ୍ୱର ନେବା ଯୋଜନା ପଣ୍ଡ ହୋଇଛି । ଚାଣକ୍ୟ ବିଏନ୍ଆର ହୋଟେଲ ପରିସରରେ ଇଞ୍ଜିନକୁ ମରାମତି କରିବା ପାଇଁ ଭୁବନେଶ୍ୱର ନେବା ପାଇଁ ହୋଟେଲ କାନ୍ଥ ଭଙ୍ଗା ଯାଇଥିଲା । କ୍ରେନ୍ ସହ ଲୋଡିଂ ଟ୍ରକ୍ ମଧ୍ୟ ପହଂଚିଥିଲା । ହେଲେ ଶ୍ରୀଜଗନ୍ନାଥ ସେନା, ଛାତ୍ର କଂଗ୍ରେସ କର୍ମୀମାନେ ଏହାକୁ ବିରୋଧ କରିଥିଲେ। ଶେଷରେ କ୍ରେନ୍ ଫେରାଇ ନେବାକୁ ବାଧ୍ୟ ହୋଇଛି ରେଳ ବିଭାଗ ।

Advertisment

୧୯୪୦ ମସିହାର ବାଷ୍ପଚାଳିତ ରେଳ ଇଞ୍ଜିନ ପିଏଲ୍-୬୯୨ ଅତ୍ୟନ୍ତ ଦୟନୀୟ ଭାବେ ପଡିରହିଛି । ଲୁଣି ହାୱା ବାଜି ନଷ୍ଟ ହୋଇଯାଇଥିଲେ ବି ଏହାର ଯତ୍ନ ନିଆଯାଉନଥିଲା  । ୟୁନେସ୍କୋ ଏହି ରେଳ ଇଞ୍ଜିନକୁ ଐତିହ୍ୟ ଭାବେ ଗ୍ରହଣ କରିଛି  । ରେଳ ଇଞ୍ଜିନ ଓ ରେଳ ଡବାକୁ ମିଶାଇ ପ୍ରାୟ ୩୫ ହଜାର ଟଙ୍କା ବିନିମୟରେ ଏହାକୁ ତିଆରି କରାଯାଇଥିଲା । ଏହା ମଧ୍ୟରେ ଏକ ଭିଆଇପି କୋଚ୍ ରହିଥିବା ବେଳେ ଭାରତର ତତ୍କାଳିନ ବଡଲାଟ୍ ଏହି ଟ୍ରେନରେ ପୁରୀ ଆସିଥିଲେ । ତେଣୁ ଏହାକୁ ପୁରୀରେ ହିଁ ରଖାଯାଉ ବୋଲି ଦାବି ହୋଇଛି  ।