ପ୍ରସ୍ତାବିତ ସ୍ୱତନ୍ତ୍ର ଚିଠା ଅଧିନିୟମକୁ ବିରୋଧ : ଶ୍ରୀମନ୍ଦିର ସେବାୟତଙ୍କ ପ୍ରବଳ ବିରୋଧ ପରେ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ପକ୍ଷରୁ ବିକ୍ଷୋଭ

ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି; ସେପଟେ ଚିଠି ଲେଖିଛି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

67

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରକୁ ନେଇ ନ୍ୟାସନାଲ ମନୁମେଂଟ ଅଥରିଟି ବା ଜାତୀୟ ସ୍ମାରକ କର୍ତୃପକ୍ଷ ଡ୍ରାଫ୍ ବାଇ-ଲ୍ ଜାରି କରିବା ପରେ ଓଡ଼ିଶାରେ ବଡ଼ ଧରଣର ପ୍ରତିକ୍ରିୟା ଦେଖାଦେଇଛି । ଶ୍ରୀମନ୍ଦିର ପ୍ରଶାସନ, ଜାତୀୟ ସ୍ମାରକ କର୍ତୃପକ୍ଷଙ୍କୁ ଚିଠି ଲେଖି ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।

ସେପଟେ ସେବାୟତମାନେ ମଧ୍ୟ ବାଇ-ଲ’କୁ ନେଇ ଚିହିଙ୍କି ଉଠିଛନ୍ତି । ଶୀଘ୍ର ଏହାକୁ ପ୍ରତ୍ୟାହାର ନକଲେ ବଡ଼ଧରଣର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ସ୍ମାରକ କର୍ତୃପକ୍ଷ ବାଇ-ଲ’ ଜାରି କରି କହିଛନ୍ତି, ଶ୍ରୀମନ୍ଦିରର ସବୁ ଦିଗରେ ୧୦୦ ମିଟର ଭିତରେ କୌଣସି ସରକାରୀ କିମ୍ବା ବେସରକାରୀ ନିର୍ମାଣ ହୋଇପାରିବ ନାହିଁ । ଏବଂ ଆଉ ୨୦୦ ମିଟର ଯାଏଁ କୌଣସି ବି ନିର୍ମାଣ ପାଇଁ ଅନୁମତ ଆବଶ୍ୟକ ପଡ଼ିବ ।

ଜାତୀୟ କୀର୍ତିରାଜି କର୍ତୁପକ୍ଷ ବା ଏନଏମଏ ଶ୍ରୀମନ୍ଦିର ଉପରେ ପ୍ରସ୍ତୁତ କରିଥିବା ଐତିହ୍ୟ ବାଇ ଲ’କୁ ଶ୍ରୀମନ୍ଦିର ପରେ ଏକାକ୍ର କ୍ଷେତ୍ରରେ ବିରୋଧ । ଲିଙ୍ଗଦ୍ୱାର ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ କରିବା ସହ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ପ୍ରସ୍ତାବିତ ଅଧିନିୟମ ଲାଗୁ ହେଲେ ମନ୍ଦିର ଚାରିପ୍ଣଙ୍କ ରହୁଥିବା ସେବାୟତ ପରିବାର ପ୍ରଭାବିତ ହେବେ । ତେଣୁ ଏହାକୁ ପ୍ରତ୍ୟାହାର କରାନଗଲେ ବ୍ୟାପକ ଆନ୍ଦୋଳନ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।