କନକ ବ୍ୟୁରୋ: ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ମୋଟ୍ ୮୫୧ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ସନ୍ଧ୍ୟା ୬ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡରେ ବିଜେଡି ୨୭୩ ଜୋନରେ ଆଗୁଆ ରହିଥିବାବେଳେ ବିଜେପି ୨୨ ଏବଂ କଂଗ୍ରେସ ୧୪ଟି ଜୋନରେ ଆଗେଇ ଚାଲିଛି । ଏବଂ ଅନ୍ୟାନ୍ୟଙ୍କ ହାତରେ ୬ଟି ଜୋନ ରହିଛି । ତେବେ ଯେଉଁ ଯେଉଁ ଆସନରେ ୨୦୧୭ରେ ବିଜେପି ବା କଂଗ୍ରେସ ବାଜିମାତ୍ କରିଥିଲେ ସେଠାରେ ଏବେ ଆସୁଥିବା ଟ୍ରେଣ୍ଡ ହିସାବରେ ପୂରା ପଛରେ ପଡ଼ି ଯାଇଛି ବିରୋଧୀ ।
#ପଞ୍ଚାୟତ_ଫଇସଲା#ଟ୍ରେଣ୍ଡ_ଏବେଏବେ...
୨୭୩ ଆସନରେ ଆଗରେ ରହିଛି ବିଜେଡି
ପ୍ରତି ମୁହୂର୍ତ୍ତରେ ବଦଳି ଚାଲିଛି ବିଜେପି, କଂଗ୍ରେସର ସଂଖ୍ୟା#ElectionsWithKanakNews#PanchayatResults#PanchayatCounting#Odisha#KanakNewspic.twitter.com/lpTe194uOA— Kanak News (@kanak_news) February 26, 2022