ନୂଆ କୃଷି ଆଇନକୁ ନେଇ ତେଜୁଛି ବିରୋଧ : ପ୍ରତିବାଦରେ ପଂଜାବ ଯୁବ କଂଗ୍ରେସର କର୍ମକର୍ତ୍ତା ଦିଲ୍ଲୀ ଇଣ୍ଡିଆ ଗେଟ୍ ସାମ୍ନାରେ ପୋଡ଼ିଲେ ଟ୍ରାକ୍ଟର : ସେପଟେ କୃଷକ ସଂଗଠନର କର୍ଣ୍ଣାଟକରେ ବନ୍ଦ ପାଳନ

101

କନକ ବ୍ୟୁରୋ : କୃଷି ବିଲ୍ ଆଇନରେ ହେବା ପରିଣତ ହେବା ପରେ ବି ଥମିନି ପ୍ରତିବାଦ । ଆଜି ପଂଜାବ ଯୁବ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଦିଲ୍ଲୀରେ ବଡ଼ ଧରଣର ପ୍ରତିବାଦ କରାଯାଉଛି । ପଂଜାବ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ଦିଲ୍ଲୀ ଇଣ୍ଡିଆ ଗେଟ୍ ସାମ୍ନାରେ ପ୍ରତିବାଦ କରିବା ସହ ଏକ ଟ୍ରାକ୍ଟରକୁ ପୋଡ଼ି ଦେଇଛନ୍ତି ।

ସେପଟେ ନୂଆ କୃଷି ଆଇନକୁ ନେଇ କର୍ଣ୍ଣାଟକରେ ଆଜି ବନ୍ଦ ପାଳନ କରାଯାଉଛି । ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ଏହି ବନ୍ଦକୁ ସଫଳ କରିବା ପାଇଁ କୃଷକ ସଂଗଠନର କର୍ମକର୍ତାମାନେ ବୁଲି ବୁଲି ଲୋକଙ୍କୁ ଅନୁରୋଧ କରିଛନ୍ତି ।