କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ : ଭୁବନେଶ୍ୱରରୁ କଟକ ଅଭିମୁଖେ କ୍ଷେତି ବଞ୍ଚାଅ ଯାତ୍ରା; ଓଡିଶା କଂଗ୍ରେସ ପ୍ରଭାରୀ ଓ ପିସିସି ସଭାପତି ସାମିଲ

Advertisment
କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ : ଭୁବନେଶ୍ୱରରୁ କଟକ ଅଭିମୁଖେ କ୍ଷେତି ବଞ୍ଚାଅ ଯାତ୍ରା; ଓଡିଶା କଂଗ୍ରେସ ପ୍ରଭାରୀ ଓ ପିସିସି ସଭାପତି ସାମିଲ

କନକ ବ୍ୟୁରୋ : କେନ୍ଦ୍ରର କୃଷି ଆଇନକୁ ପଞ୍ଜାବ ଓ ହରିୟାଣାରେ ଜୋରଦାର ବିରୋଧ କରାଯାଇଛି । କୃଷି ଆଇନକୁ ବିରୋଧ କରି ଭୁବନେଶ୍ୱରରେ ଆୟୋଜିତ ହୋଇଛି କ୍ଷେତି ବଂଚାଅ ଯାତ୍ରା । ଏହାକୁ ନେଇ ଭୁବନେଶ୍ୱରରେ ଆୟୋଜିତ ହୋଇଛି ଟ୍ରାକ୍ଟର ରାଲି । ଏହି ରାଲି ରାଜ୍ୟ କଂଗ୍ରେସ ଭବନ ଅଫିସରୁ ବାହାରି କଟକର କଂଗ୍ରେସ ଅଫିସରେ ପଂହଚିବ ।

ଏଥିରେ ଓଡିଶା ପ୍ରଭାରୀ ଚେଲାକୁମାର ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଅନ୍ୟ ନେତୃବୃନ୍ଦ ଯୋଗଦେଇଛନ୍ତି । ଆଇନକୁ ବିରୋଧ କରି ପଞ୍ଜାବ ଓ ହରିୟାଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧି କ୍ଷେତି ବଂଚାଅ ଆନ୍ଦୋଳନ କରିଥିଲେ । ଏହାକୁ ଜାରି ରଖିବା ପାଇଁ ଏଆଇସିସି ନିର୍ଦ୍ଦେଶରେ ଏହି ରାଲିର ଆୟୋଜନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe