କନକ ବ୍ୟୁରୋ : ପୋଲିସ ବାବୁଙ୍କ ଦ୍ୱିତୀୟ ବିବାହକୁ ବିରୋଧ କରି କନ୍ଧମାଳ ଏସପିଙ୍କ ଦ୍ୱାରସ୍ଥ ହେଲେ ପ୍ରଥମ ସ୍ତ୍ରୀ । ପ୍ରଥମ ୧୪ ବର୍ଷ ତଳେ ବିଲାବାଡି ଗାଁର କନେଷ୍ଟବଳ ନାରାୟଣ ପ୍ରଧାନଙ୍କୁ ସେ ବିବାହ କରିଥିଲେ । ଉଭୟଙ୍କ ୧୩ ବର୍ଷର ଏକ ସନ୍ତାନ ଥିବା ବେଳେ ଚାରି ବର୍ଷ ହେବ ତାଙ୍କୁ ଯୌତୁକ ନିର୍ଯାତନା ଦେଇ ମାଡ ମାରି ଘରୁ ବାହାର କରିଦେଇଥିଲେ ।

Advertisment

ଏହା ପରେ ସେ ସ୍ୱାମୀଙ୍କ ବିରୋଧରେ ଏତଲା ଦେଇଥିଲେ । ପୋଲିସ ତାଙ୍କୁ ଗରଫ କରି ଜାମିନରେ ଛାଡିବା ପରେ ମାମଲା କୋର୍ଟରେ ବିଚାରାଧୀନ ରହିଛି । ଏହା ସତ୍ୱେ ତାଙ୍କ ସ୍ୱାମୀ ଚଳିତ ମାସ ୭ ତାରିଖରେ ଦ୍ୱିତୀୟ ବିବାହ କରିଛନ୍ତି । ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବାରୁ ସେ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।