କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧରେ କାଲି ଏକାଠି ହେବେ ବିରୋଧୀ: ଦିଲ୍ଲୀ ରାମଲୀଲା ମୈଦାନରେ କରାଯିବ ମେଣ୍ଟର ମହାରାଲି

85

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ରବିବାର ମହାରାଲି କରିବ ବିରୋଧୀ ମେଂଟ ଇଣ୍ଡିଆ । ଏନେଇ ରାମଲୀଲା ମଇଦାନରେ ସରିଛି ସବୁପ୍ରସ୍ତୁତି । ଦିଲ୍ଲୀ ମନ୍ତ୍ରୀ ଗୋପାଳ ରାୟ ଆୟୋଜନ ସ୍ଥଳରେ ପହଁଚି ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ସେପଟେ କଂଗ୍ରେସ ସାମ୍ବ।।ଦିକ ସମ୍ମିଳନୀ କରି ରବିବାର ରାଲି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଦେଇଛି ।

ବିରୋଧୀ ମେଂଟର ମହାରାଲି ନାଁ ରହିଛି ଏକଛତ୍ରବାଦ ଶାସନ ହଟାଅ, ଲୋକତନ୍ତ୍ର ବଂଚାଅ । ଏହି ସ୍ଲୋଗାନ ସହ କାଲି ଦିଲ୍ଲୀରେ ଗର୍ଜିବ ବିରୋଧୀ ମେଂଟ ଇଣ୍ଡ୍ରିଆ । ସେପଟେ ବିରୋଧୀ ମେଂଟର ମହାରାଲି କାର୍ଯ୍ୟକ୍ରମ ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ଦୁର୍ନିତିଗସ୍ତ ଦଳ ଏକାଠି ହାତ ମିଶାଇ ଦୁର୍ନୀତି ସମର୍ଥନରେ ରାଲି କରୁଛନ୍ତି । କେଜ୍ରିୱାଲ ଦୁର୍ନୀତି କରିଥିବାର ପ୍ରମାଣ ରହିଛି ତେବେ ତାଙ୍କ ସମର୍ଥନରେ ଏହି ରାଲିର ଅର୍ଥ ଭୁଲକୁ ସମର୍ଥନ କରିବା ସହ ସମାନ ବୋଲି ବିଜେପି କହିଛି ।

ମାର୍ଚ୍ଚ ୩୧ ରାଲିରେ ୨୬ରୁ ୨୭ ଦଳ ସାମିଲ ହେବେ । ଏଥିସହ ଦିଲ୍ଲୀବାସୀଙ୍କୁ ମହାରାଲିରେ ସାମିଲ ହେବାକୁ ବିରୋଧୀମେଂଟ ଅପିଲ କରିଛି । ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ୨୧ ମାର୍ଚ୍ଚରେ ଗିରଫ କରିଥିଲା