ମହାକାଳପଡାରେ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ବିରୋଧ: ଫ୍ଲେକ୍ସ ଲଗାଇ, ନଡିଆ ଭାଙ୍ଗି ନବ ନିର୍ମିତ ବିଜୁ ସେତୁ ଉଦଘାଟନ କଲେ ମନ୍ତ୍ରୀ

308

କନକ ବ୍ୟୁରୋ: କେନ୍ଦ୍ରାପଡାରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ବିରୋଧ । ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗି ମନ୍ତ୍ରୀଙ୍କୁ ବିରୋଧ କରିଛନ୍ତି ସ୍ଥାନୀୟ ଅଂଚଳର ଲୋକେ । ଆଜି ମନ୍ତ୍ରୀ ଅତନୁ ସବ୍ୟସାଚୀ ମହାକାଳପଡା ବ୍ଲକ ବତୀଘର ପଂଚାୟତର ନାପାଣିଆଠାରେ ନବ ନିର୍ମିତ ବିଜୁ ସେତୁ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଥିଲା । ହେଲେ ରାତିରେ କେହି ଦୁର୍ବୃତ ଉଦଘାଟନୀ ଫଳକକୁ ଭାଙ୍ଗି ଦେଇଥିଲେ । ତେଣୁ ଆଜି ନବନିର୍ମିତ ବିଜୁ ସେତୁ ଉଦଘାଟନ ହେବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଥିଲା । କିନ୍ତୁ ଶେଷରେ ଫଳକ ଭାଙ୍ଗାଯାଇଥିବା ସ୍ଥାନରେ ଫ୍ଲେକ୍ସମରା ଯିବା ପରେ ମନ୍ତ୍ରୀ ପହଂଚି ନଡିଆ ବାଡେଇ ସେତୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଦକ୍ଷିଣ ବରକୋଳିଖଳା ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ସଭାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ ।