ଘୋଷଣା ହୋଇନି ପ୍ରାର୍ଥୀଙ୍କ ନାଁ , ଆରମ୍ଭ ହେଲାଣି ବିରୋଧ । ଚିତ୍ରକୋଣ୍ଡାରେ ଆଶାୟୀ ପ୍ରାର୍ଥୀଙ୍କୁ ବିରୋଧ ।

205

କନକ ବ୍ୟୁରୋ: ଘୋଷଣା ହୋଇନି ପ୍ରାର୍ଥୀଙ୍କ ନାଁ ହେଲେ ଆରମ୍ଭ ହେଲାଣି ବିରୋଧ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ବିଜେଡିର ଟିକେଟ୍ ଆଶାୟୀ ପ୍ରାର୍ଥିନୀ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ବିରୋଧ କରିଛନ୍ତି ୪ ଟି ବ୍ଲକର ଜନ ପ୍ରତିନିଧି । ଜିଲ୍ଲାର ଆଲାଙ୍ଗଗୁଡାରେ ଗୁପ୍ତ ବୈଠକ କରି ବିରୋଧ କରିଛନ୍ତି ଦଳୀୟ କର୍ମକତା ଓ ଜନ ପ୍ରତିନିଧିମାନେ । ଏଥରେ କୋରକୁଣ୍ଡା, ଚିତ୍ରକୋଣ୍ଡା, ଖଇରପୁଟ, ମାଥିଲି ଆଦି ୪ଟି ବ୍ଲକର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ପ୍ରମୁଖ ସାମିଲ ହୋଇ ବିରୋଧ କରିଛନ୍ତି ।