ବିଦେଶରେ ବି କୃଷି ଆଇନକୁ ବିରୋଧ : ୱାଶିଂଟନରେ ଗାନ୍ଧୀ ମୂର୍ତି ଉପରେ ଖଳିସ୍ତାନ ପତାକା ଢାଙ୍କି ଦେଲେ ଖଲିସ୍ତାନ ସପକ୍ଷବାଦୀ

176

କନକ ବ୍ୟୁରୋ : ଗାନ୍ଧୀ ମୂର୍ତି ଉପରେ ଖଲିସ୍ତାନୀ ପତାକା । କୃଷି ଆଇନ୍କୁ ନେଇ ଦେଶ ବାହାରେ ବି ବିରୋଧର ସ୍ୱର ସାଣିତ ହୋଇଛି । ଦିଲ୍ଲୀ ଦରବାରରେ ଚାଷୀ ଆନ୍ଦୋଳନ ଜୋର ଧରୁଥିବା ବେଳେ ଆମେରିକାରେ ବି କୃଷକଙ୍କ ସମର୍ଥନରେ ଆନ୍ଦୋଳନ ହେଉଛି । ଭାରତୀୟ ଦୂତାବାସ ନିକଟରେ ପ୍ରବାସୀ ଭାରତୀୟମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ୱାଶିଂଟନ ଡିସିରେ ଭାରତୀୟ ଦୂତାବାସ ସମ୍ମୁଖରେ ଥିବା ଗାନ୍ଧୀ ମୂର୍ତିରେ ପତାକା ଢାଙ୍କି ପ୍ରତିବାଦ କରୁଛନ୍ତି ପ୍ରବାସୀ ଭାରତୀୟ । ଗାନ୍ଧୀଙ୍କ ପ୍ରତିମୂର୍ତିରେ ଖଲିସ୍ତାନ ପତାକା ଢାଙ୍କି ମୋଦି ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି ଖଲିସ୍ତାନ ସପକ୍ଷବାଦୀମାନେ ।