ବଜାରରେ ଆଳୁର ଦର କେତେ ? ଯୋଗାଣ ମନ୍ତ୍ରୀ ଜାଣିଛନ୍ତି ନା ନାହିଁ ? ଲୋକେ ୪୫ ଟଙ୍କାରେ କିଣୁଛନ୍ତି, ମନ୍ତ୍ରୀଙ୍କୁ ୩୦ ଟଙ୍କାରେ ଦେଉଛି କିଏ ?

Advertisment
ବଜାରରେ ଆଳୁର ଦର କେତେ ? ଯୋଗାଣ ମନ୍ତ୍ରୀ ଜାଣିଛନ୍ତି ନା ନାହିଁ ? ଲୋକେ ୪୫ ଟଙ୍କାରେ କିଣୁଛନ୍ତି, ମନ୍ତ୍ରୀଙ୍କୁ ୩୦ ଟଙ୍କାରେ ଦେଉଛି କିଏ ?

କନକ ବ୍ୟୁରୋ: ବଜାରରେ ଆଳୁ କିଲୋପିଛା ଦର କେତେ ? ଯୋଗାଣ ମନ୍ତ୍ରୀଙ୍କୁ ଜଣାନାହିଁ। କାରଣ ଆଜି ବି ଆଳୁ କିଲୋ ପିଛା ୪୫ ଟଙ୍କାରେ କଣିଥିବା ସାଧାରଣ ଗ୍ରାହକ କହିଛନ୍ତି । ତେବେ ଏପରି ସ୍ଥଳରେ ମନ୍ତ୍ରୀଙ୍କୁ ୩୦ ଟଙ୍କାରେ ଆଳୁ କିଏ ଦେଉଛି ବୋଲି ପ୍ରଶ୍ନ ଉଠିଛି । ବିଭାଗୀୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି- ରାଜ୍ୟରେ ଆଳୁ ଦର ନିୟନ୍ତ୍ରଣରେ ରହିଛି, ୩୦ ଟଙ୍କା ତଳେ ରହିଛି ଆଳୁ କିଲୋ ପିଛା ଦର । ଆଗାମୀ ଦିନରେ ଦର ଆହୁରି କମିବ । ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ସ୍ୱାଭାବିକ ଭାବେ ଓଡିଶା ଆସୁଛି ।

publive-image

ମନ୍ତ୍ରୀଙ୍କ ବୟାନ ପରେ ଏପଟେ ବିରୋଧୀ ଦରଦାମ ବୃଦ୍ଧି ପ୍ରସଙ୍ଗ ବିଧାନସଭାରେ ଉଠାଇ ଘେରିଛନ୍ତି । ଆଉ ଆଳୁ ଦର ନେଇ ଯୋଗାଣ ମନ୍ତ୍ରୀଙ୍କ ତଥ୍ୟକୁ କଟାକ୍ଷ କରିଛନ୍ତି। ୟାରି ଭିତରେ ପନିପରିବା ଦର ହୁ ହୁ ହୋଇ ବଢୁଥିବା ଅଭିଯୋଗ କରି କଟକ ନଗର କଂଗ୍ରେସ ପକ୍ଷରୁ ଆଜି ସକାଳେ ଶତାଧିକ କର୍ମୀ ଆରଡିସି ଅଫିସ ଆଗରେ ପ୍ରତିବାଦ କରିଥିଲେ। ଦର ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରି ମୁଖ୍ୟମନ୍ତ୍ରୀଙ୍କୁ ପଦକ୍ଷେପ ନେବାପାଇଁ ଆରଡିସିଙ୍କ ଜରିଆରେ ଦେଇଥିଲେ ଦାବିପତ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe