ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବସରପ୍ରାପ୍ତ ଅଫିସରଙ୍କ ନିଯୁକ୍ତିକୁ ନେଇ ଗୃହରେ ବିରୋଧୀଙ୍କ ହୋହଲ୍ଲା ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବସରପ୍ରାପ୍ତ ଅଫିସରଙ୍କ ନିଯୁକ୍ତିକୁ ନେଇ ଗୃହରେ ବିରୋଧୀଙ୍କ ହୋହଲ୍ଲା ।

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ପାଇଥିବା ଅବସରପ୍ରାପ୍ତ ଅଫିସରଙ୍କୁ ନେଇ ମୁହାଁମୁହିଁ ଶାସକ-ବିରୋଧୀ । ଗୃହରେ ପ୍ରବଳ ହଟ୍ଟଗୋଳ ସହ ନାରବାଜି । ଶୂନ୍ୟକାଳରେ ସରକାରଙ୍କ ଉପରେ ପୁଣି ବର୍ଷିଲେ ବିରୋଧୀ ଦଳ ନେତା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ପାଇଥିବା ଅବସରପ୍ରାପ୍ତ ଅଫିସରଙ୍କ ପ୍ରସଙ୍ଗ ଉଠାଇଲେ ଜୟ ନାରାୟଣ ମିଶ୍ର ।

ଅସିତ ତ୍ରିପାଠୀ, ବାଲକ୍ରିଷ୍ଣନ, ଉପେନ୍ଦ୍ର ତ୍ରିପାଠୀ, ପି କେ ମହାପାତ୍ର ଓ ଗୋପବନ୍ଧୁ ଦାସ । ଅବସର ପରେ ଏମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ପୁନଃ ନିଯୁକ୍ତି କରାଯାଇଛି । ଏପରିକି ମନୋଜ ମିଶ୍ର ଇସ୍ତଫା ଦେଲା ପରେ ମଧ୍ୟ ତାଙ୍କୁ ବି ସରକାରରେ ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅବସରପ୍ରାପ୍ତ ଅଫିସରଙ୍କ କ୍ଳବ ପାଲଟିଛି । ଏଇଟା କଣ ମୋ ସରକାର, ଏଇଟା କଣ ୫-ଟି , ଏଇଟା କଣ ଏକ ବିଚାର ଧାରା । ରାଜ୍ୟରେ ନିଯୁକ୍ତି ମିଳୁ ନଥିବା ବେଳେ ଅବସପ୍ରାପ୍ତ ଅଫିସରଙ୍କୁ ଥଇଥାନ କରାଯାଉଛି । ଗୃହରେ ଏ ନେଇ ସରକାର ଉତ୍ତର ରଖନ୍ତୁ ବୋଲି କହିଛନ୍ତି ଜୟନାରାୟଣ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe