ଶୂନ୍ୟକାଳରେ ସରକାରଙ୍କୁ ଘେରିଲେ ବିରୋଧୀ । ଟ୍ରାନ୍ସଫର ଓ ପୋଷ୍ଟିଂ ପାଇଁ ନିୟମ ଅଛି, କିନ୍ତୁ ଗୋଟିଏ ବିଭାଗରେ ଏତେ ଦିନ କେମିତି ରହୁଛନ୍ତି ବାବୁ?

ଶୂନ୍ୟକାଳରେ ସରକାରଙ୍କୁ ଘେରିଲେ ବିରୋଧୀ । ଟ୍ରାନ୍ସଫର ଓ ପୋଷ୍ଟିଂ ପାଇଁ ନିୟମ ଅଛି, କିନ୍ତୁ ଗୋଟିଏ ବିଭାଗରେ ଏତେ ଦିନ କେମିତି ରହୁଛନ୍ତି ବାବୁ?

କନକ ବ୍ୟୁରୋ :ଶୂନ୍ୟକାଳରେ ପୁଣି ସରକାରଙ୍କୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଟାର୍ଗେଟ । ପ୍ରତ୍ୟେକ ଜିନିଷ ପାଇଁ ସରକାରଙ୍କ ଏକ ନିର୍ଦ୍ଦିଷ୍ଟ ନୀତି ରହିବା ଆବଶ୍ୟକ । ଟ୍ରାନ୍ସଫର ଏବଂ ପୋଷ୍ଟିଂ ପାଇଁ ଗୋଟେ ନିୟମ ରହିଛି । ଗୋଟେ ବିଭାଗ କି ଗୋଟେ ଜାଗାରେ ଜଣେ ଅଫିସର ଅଧିକ ଦିନ ରହିବା କଥା ନୁହେଁ ।

କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାପାଳ ସେହି ଜିଲ୍ଲାରେ ୬ ବର୍ଷ ରୁ ଅଧିକ ସମୟ ରହିଲେଣି । କେନ୍ଦୁଝର ଜିଲ୍ଲାପାଳ ପ୍ରଶାସନର କାମ ଛାଡି ବେପାର କରିବାରେ ବ୍ୟସ୍ତ । ସେହିପରି ନଗର ଉନ୍ନୟନ ବିଭାଗ ସଚିବ ଜି ମାଥିଭାଥନ ୨୦୧୪ ରୁ ୯ ବର୍ଷ ଧରି ଗୋଟିଏ ବିଭାଗରେ ରହିଛନ୍ତି । ଖାଦ୍ୟ ଯୋଗାଣ ସଚିବ ବୀର ବିକ୍ରମ ଯାଦବ ୨୦୧୭ରୁ ଗୋଟେ ବିଭାଗରେ ରହିଛନ୍ତି । ଯିଏ କି ପୂର୍ତ୍ତ ଓ ଶ୍ରୀମନ୍ଦିର ପ୍ରଶାସନ ଦାୟିତ୍ୱରେ ରହିଛନ୍ତି ।

ସେହିପରି ଗୋଟିଏ ଲୋକ ଏକାଧିକ ପୋଷ୍ଟରେ ରହିବା ବି ଅନୁଚିତ । ଅରୁଣ ବୋଥ୍ରା ଟ୍ରାନ୍ସପୋର୍ଟ କମିଶନର ଓ କ୍ରାଇମବ୍ରାଞ୍ଚର ଏଡ଼ିଜି ବି ରହିଛନ୍ତି । ସେହିପରି ସୁଶୀଲ କୁମାର ଲୋହାନି ବି ପଂଚାୟତିରାଜ ସଚିବ ଓ ସିଇଓ ବି ରହିଛନ୍ତି । ଏଇଟା କଣ ମୋ ସରକାର । ଏଇଟା କଣ ୫-ଟି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା । ସେହି ପୋଷ୍ଟରେ ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିଛନ୍ତି । ସରକାର ଏ ନେଇ ଗୃହରେ ବିବୃତି ରଖନ୍ତୁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ।

ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ଉଠାଇଲେ ସମାନ ପ୍ରସଙ୍ଗ । ଜଣେ ସଚିବ ନଗର ଉନ୍ନୟନ ବିଭାଗରେ ୯ ବର୍ଷ ରହିଲେଣି । ସେ କେବେ ବିଧାୟକ ମାନଙ୍କ ଫୋନ ଉଠାନ୍ତି ନାହିଁ । ସେ ବହୁତ ଆରୋଗାଣ୍ଟ । ବୁକ ସରକୁଲାର ୪୭କୁ ମାନୁ ନାହାନ୍ତି। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯିଏ ଶ୍ରୀମନ୍ଦିର ପ୍ରଶାସନରେ ରହିବ ସେ କୌଣସି କାମରେ ରହିବନି । କିନ୍ତୁ ତାହା ବି ପାଳନ ହେଉନି । କେନ୍ଦୁଝର ଜିଲ୍ଲାପାଳଙ୍କ କଥା ନ କହିବା ହିଁ ଭଲ । ଖଣି ଅଛି ପଇସା ଅଛି । ତେଣୁ ତାଙ୍କୁ ବଦଳି କରାଯିବ ନାହିଁ । କାହିଁକି ନାଁ ଖଣି ପଇସାରେ ଏ ସରକାର ଚାଲିଛି । କୋଇଡା ବିଡ଼ିଓ ତିନି ବର୍ଷ ହେବ ଗୋଟିଏ ସ୍ଥାନରେ ରହିଛନ୍ତି । ଘରେ ଅଫିସ ଚଳାଉଛନ୍ତି । ୨୦ ରୁ ୨୨ ପ୍ରତିଶତ ପିସି କାରବାର ହେଉଛି ବୋଲିି ସାଂଘାତିକ ଅଭିଯୋଗ ଆଣିଛନ୍ତି ନରସିଂହ ମିଶ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe