କନକ ବ୍ୟୁରୋ : ଶୂନ୍ୟକାଳରେ ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । କହିଲେ ଓଡିଶାକୁ ପୁଞ୍ଜି ନିବେଶ ଆସିଥିବା ନେଇ ଆଇନଶୃଙ୍ଖଳା ଠିକ ଥିବା ମୁଖ୍ୟମନ୍ତ୍ରୀ କହିଲେ । ଯଦି ମୁଖ୍ୟମନ୍ତ୍ରୀଙ୍କ ବୟାନ ଠିକ୍ ତେବେ କଣ ରାଜ୍ୟ ସରକାରଙ୍କ ଶେତ୍ୱ ପତ୍ର ଭୁଲ କି ? ଶେତ୍ୱ ପତ୍ରରେ ଯାହା ତଥ୍ୟ ରାଜ୍ୟ ସରକାର ଦେଇଛନ୍ତି ତାହା କଣ ଆଇନଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଉନାହିଁ କି ?
ଶେତ୍ୱ ପତ୍ରର ତଥ୍ୟକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଜୟ ନାରାୟଣ । ଗୃହ ବାହାରେ ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ସବୁ ମିଛ । ପୋଲିସକୁ ରାଜନୈତିକ କ୍ଷେତ୍ରରେ କିଏ ବ୍ୟବହାର କରୁଛି ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ ।

Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ମୁଖ୍ୟମନ୍ତ୍ରୀ ଗତକାଲି କହିଲେ ଗୋପାଳକୁ ବିରୋଧୀ ପାଗଳ ଦର୍ଶାଉଛନ୍ତି । ୨୦ ଫେବୃଆରୀରେ କ୍ରାଇମବ୍ରାଞ୍ଚ ଯେଉଁ ପ୍ରେସ ରିଲିଜ ଦେଇଥିଲା ସେଥିରେ ଦର୍ଶାଇଛନ୍ତି ଯେ ଗୋପାଳର ମାନସିକ ରୋଗର ଲଙ୍ଗ ହିଷ୍ଟ୍ରି ରହିଛି । ତାଙ୍କ ସ୍ତ୍ରୀ କହିଲେ ସେ ପାଗଳ, ଡାକ୍ତର କହିଲେ ପାଗଳ ଏବଂ ଏପରିକି କ୍ରାଇମବ୍ରାଞ୍ଚ ବି ପାଗଳ କହିଲା । ତେବେ ମୁଖ୍ୟମନ୍ତ୍ରୀ କାହିଁକି ଏଭଳି ଷ୍ଟେଟମେଣ୍ଟ ଦେଲେ । ମୁଖ୍ୟମନ୍ତ୍ରୀଙ୍କ ଏପରି ବିବୃତି ତଦନ୍ତକୁ ବାଟବଣା କରିବ ବୋଲି କହିଛନ୍ତି ନରସିଂହ ।