କନକ ବ୍ୟୁରୋ: ଲୋକସଭା ବୈଠକ ପୂର୍ବରୁ ସୋମବାର ଦିନ ରାହୁଲ ଗାନ୍ଧୀ, କଂଗ୍ରେସର ବରିଷ୍ଠ ସଂସଦୀୟ ନେତା ଓ କିଛି ବିରୋଧୀଦଳ ନେତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଂଗ୍ରେସ ସମେତ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ଡିଏମକେ ଓ ଅନ୍ୟ କିଛି ଦଳର ନେତା ମାନେ ସାମିଲ ହୋଇଥିଲେ । କୁହାଯାଉଛି କି ଲୋକସଭାରେ ସରକାରଙ୍କ ଘେରିବାକୁ ଏହି ବୈଠକରେ ଯୋଜନା ପ୍ରସ୍ତୁତ ହୋଇଛି । ଆଗାମୀ ଲୋକସଭା ବୈଠକରେ ବିରୋଧୀ ମାନେ ଚାଷୀ ଆନ୍ଦୋଳନ ନେଇ କିଭଳି ସରକାରଙ୍କ ଉପରେ ଚାପ ପକାଯାଇ ପାରିବ ସେ ନେଇ ବି ଆଲୋଚନା ହୋଇଥିବା ସୂଚନା ମିଳିଛି ।
ସେପେଟ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ରାଜ୍ୟସଭାରୁ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି । କୃଷକ ଆନ୍ଦୋଳନ ନେଇ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଡିଏନଏ ପର୍ଯ୍ୟନ୍ତ କଥା ନେଇଛନ୍ତି । ପ୍ରଧାନମନ୍ତ୍ରୀ ଦେଶରେ ବୈଦେଶୀକ ପୁଞ୍ଜି ନିବେଶର ନୂଆ ପରିଭାଷା ବି ବୁଝାଇଛନ୍ତି । ସେ କହିଛନ୍ତି କି ବିରୋଧୀ ମାନଙ୍କ ପାଇଁ ଏବେ ଏଫ୍ ଡି ଆଇ ଆସିଛି । ଯାହାକି ସେମାନେ କୃଷକ ଆନ୍ଦୋଳନରେ ନିବେଶ କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ କି ଏଫଡିଆଇ ବିଦେଶୀ ହେଲେ ଏବେ ସେମାନେ ଭାରତରେ ଟଙ୍କା ନୁହେଁ ସେମାନଙ୍କର ବିଚାର ବା ଆଦର୍ଶର ନିବେଶ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/40-3.jpg)