ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପରେ ଘେରିଲେ ବିରୋଧୀ । ଭବନୀପାଟଣା ମଞ୍ଚରୁ ମମିତା ପ୍ରସଙ୍ଗରେ କାହିଁକି କହିଲେନି ବୋଲି ପ୍ରଶ୍ନ କଲା କଂଗ୍ରେସ, ବିଜେପିର ସମାଲୋଚନା

81

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଫେରିଲେ, ବିରୋଧୀ ଘେରିଲେ । କଳାହାଣ୍ଡିରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ କରି ଫେରି ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ଗୋଟିଏ ମଂଚରେ ବି ବସିଲେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ମମିତା ମେହେର ହତ୍ୟା ମାମଲାରେ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ କରି ତାଙ୍କୁ ବହିଷ୍କାର ଦାବି କରି ଆସୁଛନ୍ତି ବିରୋଧୀ ।
ତେଣୁ ଗତକାଲିର କାର୍ଯ୍ୟକ୍ରମରେ ସରକାର ମନ୍ତ୍ରୀ ଦିବ୍ୟଶଙ୍କର ସହ ରହିଥିବା ନେଇ ବାର୍ତା ଦେବା ପରେ ଚିହିଁକି ଉଠିଛନ୍ତି ବିରୋଧୀ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛି କଂଗ୍ରେସ । ସେହିପରି ପୌରାଣିକ ଚରିତ୍ରର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ, ଗୃହ ରାଷ୍ଟ୍ରମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅତି କଡା ଭାଷାରେ ସମାଲୋଚନା କରିଛନ୍ତି ବିଜେପି ନେତା ।
ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେଡ଼ି କହିଛି, ବରୋଧୀ ତାଙ୍କ କାମ କରୁଛନ୍ତି । ଏଥିରେ କିଛି ଫରକ ପଡ଼ିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଯେପରି ଥିଲା, ସେହିପରି ରହିଛି ।