କନକ ବ୍ୟୁରୋ: ପୁଣି ବାଚସ୍ପତିଙ୍କ ଚାମ୍ବର ଘେରିଲେ ଉଭୟ ବିଜେପି ଓ କଂଗ୍ରେସ । ବାଚସ୍ପତିଙ୍କୁ ତାଙ୍କ ଚେୟାରକୁ ଆସିବାକୁ ଦେଲେନି ବିରୋଧୀ । ବିରୋଧୀଙ୍କ ଘେରାଉ ଯୋଗୁଁ ଗୃହ ଆସିପାରିଲେନି ବାଚସ୍ପତି । ଏବେ ବାଚସ୍ପତିଙ୍କ ବଦଳରେ ଉପବାଚସ୍ପତି ଗୃହ ପରିଚାଳନା କରୁଛନ୍ତି । ବିରୋଧୀ ଦଳମାନନେ ବାଚସ୍ପତିଙ୍କ ପୋଡିୟମ ଉପରେ ହୋହଲ୍ଲା କରୁଛନ୍ତି । ଏହାରି ଭିତରେ ଗୃହରେ ରିପୋର୍ଟ ଉପସ୍ଥାପନ ଓ ବିଲ ପାରିତ ହେଉଛି ।

Advertisment

ଆଜି ସକାଳେ ଖଣି ଦୁର୍ନୀତିକୁ ନେଇ ବିଧାନସଭାରେ ବିରୋଧୀ ହଙ୍ଗାମା କରିଥିଲେ । ଖଣି ଦୁର୍ନୀତି ପ୍ରସଙ୍ଗରେ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବ ବାଚସ୍ପତି ଗ୍ରହଣ ନକରିବାରୁ ହଙ୍ଗାମା ହୋଇଥିଲା । ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ ନ କରିବାରୁ ଗୃହରେ ହୋହାଲା କରିଥିଲେ କଂଗ୍ରେସ ସଦସ୍ୟ । ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଥିଲେ । ବିଜେପି ସଦସ୍ୟମାନେ ବି ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ ।