କନକ ବ୍ୟୁରୋ: ବିଜେପିର ସଂକଳ୍ପପତ୍ର ଉନ୍ମୋଚନ ପରେ ପ୍ରତିକ୍ରିୟା ରଖିଛି ବିଜେଡି । ଓଡ଼ିଶାରେ ମୋଦୀ ଗ୍ୟାରେଂଟିର ପ୍ରଭାବ ପଡ଼ିବ ନାହିଁ ବୋଲି ବିଜେଡି କହିଛି । ବିଧାୟକ ପଦ୍ମନାଭ ବେହେରା କହିଛନ୍ତି, ଓଡ଼ିଶାରେ କେବଳ ନବୀନ ଗ୍ୟାରେଣ୍ଟି । ନବୀନ ଗ୍ୟାରେଂଟିରେ ବିଜେଡି ଗତ ନିର୍ବାଚନ ଅପେକ୍ଷା ଅଧିକ ସିଟରେ ଜିତିବ । ବିଜେଡିର ନିର୍ବାଚନ ଇସ୍ତାହାର ପ୍ରସ୍ତୁତ ଚାଲିଛି । ଖୁବ୍ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯିବ । ସେପଟେ କଂଗ୍ରେସ କହିଛି, ବିଜେପିର ସଂକଳ୍ପ ପତ୍ର କେବଳ ଧନୀଙ୍କ ପାଇଁ । ଏହି ସଂକଳ୍ପ ପତ୍ରର ସ୍ଥାୟିତ୍ୱ ନାହିଁ ବୋଲି କହିଛନ୍ତି ପଂଚାନନ କାନୁନଗୋ ।