ରଥଯାତ୍ରାରେ ‘ମହାବିଭ୍ରାଟ’: ସ୍ୱୀକାର କରନ୍ତୁ ସରକାର । ବିଧାନସଭା ହୁଲସ୍ତୁଲ, କକ୍ଷତ୍ୟାଗ କଲେ ବିରୋଧୀ । ଅଭିଯୋଗକୁ ଖଣ୍ଡନ କଲେ ଆଇନମନ୍ତ୍ରୀ ।

Advertisment
ରଥଯାତ୍ରାରେ ‘ମହାବିଭ୍ରାଟ’: ସ୍ୱୀକାର କରନ୍ତୁ ସରକାର । ବିଧାନସଭା ହୁଲସ୍ତୁଲ, କକ୍ଷତ୍ୟାଗ କଲେ ବିରୋଧୀ । ଅଭିଯୋଗକୁ ଖଣ୍ଡନ କଲେ ଆଇନମନ୍ତ୍ରୀ ।

କନକ ବ୍ୟୁରୋ: ଆଜି ଶୂନ୍ୟକାଳରେ ବିରୋଧୀ କଂଗ୍ରେସ ରଥଯାତ୍ରା ବେଳେ ଦେଖାଦେଇଥିବା ଅବ୍ୟବସ୍ଥା କଥା ଉଠାଇଛି । ଆଉ ଏହାକୁ ନେଇ ଗୃହ ହୁଲୁସ୍ତୁଲ ହୋଇଛି। ବିରୋଧୀ ବିଜେଡି ଓ କଂଗ୍ରେସ ମହାବିଭ୍ରାଟ ହୋଇଛି କହି ସରକାରକୁ ଘେରିଛନ୍ତି। ରଥଯାତ୍ରା ପହଣ୍ଡି ବେଳେ ବଡଠାକୁର ତଳେ ପଡିଯିବା, ନୀତିକାନ୍ତି ଠିକ୍ ଭାବେ ନହେବା, ରଥଟାଣିବା ବେଳେ ଦଳାଚକଟା, ଜଣେ ଭକ୍ତଙ୍କର ମୃତ୍ୟୁ, ଲାଠି ଚାର୍ଜ ହୋଇଥିବା କଥା କହି ସରକାରକୁ ଘେରିଛି କଂଗ୍ରେସ। ଯାହାକୁ ବିଜେଡି ମଧ୍ୟ ସମର୍ଥନ କରି ମହାବିଭ୍ରାଟ ହୋଇଛି ବୋଲି ସରକାର ଗ୍ରହଣ କରନ୍ତୁ ବୋଲି ଦାବି କରିଛି।
ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିବୃତି ରଖୁଥିବାବେଳେ ଅସନ୍ତୋଷ ପ୍ରକାଶ କରି ମୁଲତବି ଆଲୋଚନାରୁ ବିଜେଡି ଓ କଂଗ୍ରେସ କକ୍ଷତ୍ୟାଗ କରିଥିଲେ। ଯଦି ବିଭ୍ରାଟ ହୋଇଥିବା କଥା ସରକାର ମାନିବେ ନାହିଁ ତାହେଲେ ତାଙ୍କୁ ସହଯୋଗ କରାଯିବନି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେହିପରି କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କଡାମ କହିଛନ୍ତି, ମହାବିଭ୍ରାଟ ହୋଇନି ବୋଲି ସରକାର କହିବା ଦୁଃଖ ଓ ପରିତାପର ବିଷୟ ।

ବିରୋଧୀ ବିଜେଡିକୁ ଶାସକ ଦଳର କଡ଼ା ଜବାବ
ବିଭ୍ରାଟ ପଛରେ ନିଜ ଦଳର ନେତା କହି ଦେଲେ ଦୋଷ

ରଥଯାତ୍ରା ବେଳେ ଭକ୍ତଙ୍କର ମୃତ୍ୟୁ ହୃଦଘାତରୁ ହୋଇଛି ଦଳାଚକଟାରୁ ନୁହେଁ । ନୀତିକାନ୍ତିରେ ବିଭ୍ରାଟ ହୋଇନି। ବିରୋଧୀଙ୍କ ଅଭିଯୋଗର ସତ୍ୟତା ନାହିଁ କହି ଆଇନ୍ ମନ୍ତ୍ରୀ କଡା ଜବାବ ଦେଇଛନ୍ତି । ସେହିପରି କୋଭିଡ ବେଳେ ରଥଯାତ୍ରା ବନ୍ଦ କରିବା ପାଇଁ ବିଜେଡି ସରକାର ସୁପ୍ରିମକୋର୍ଟ ଯାଇଥିଲେ, ୮ ବର୍ଷ ଧରି ମହାପ୍ରଭୁଙ୍କ ମଙ୍ଗଳ ଆଳତି ଓ ଦ୍ବାରଫିଟା ନୀତି ଅଧଘଂଟାଏ ବିଳମ୍ୱ ହେଉଥିଲା କହି ବିଜେଡିର ଶୀର୍ଷ ନେତାଙ୍କୁ ଦାୟୀ କରିଛନ୍ତି ମନ୍ତ୍ରୀ। ରଥଯାତ୍ରାରେ ମହାବିଭ୍ରାଟ ହୋଇଥିବା ଅଭିଯୋଗ କରି ସରକାରକୁ ବିରୋଧୀ ଘେରିଥିବା ବେଳେ ଏହାକୁ ନେଇ ଆଜି ସରଗରମ ହୋଇଛି ବିଧାନସଭା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe