କନକ ବ୍ୟୁରୋ: ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ସରକାର। ଏସଓପି ବି ପ୍ରସ୍ତୁତ ସରିଲାଣି, ହେଲେ ଚାବିକୁ ନେଇ ଦ୍ୱନ୍ଦ୍ୱ ହଟିନାହିଁ। ଚାବି ଅସଲି କି ନକଲି? ଯେଉଁ ଚାବି ଅଛି ସେଥିରେ ରତ୍ନଭଣ୍ଡାର ତାଲା ଖୋଲିବ କି ନାହିଁ ତାହା ବି ସ୍ପଟ ହୋଇନାହିଁ । ଆଉ ଏତିକିବେଳେ ଚାବିକୁ ନେଇ କେଁ କାଢ଼ିଛନ୍ତି ବିରୋଧୀ।

Advertisment
  • ଚାବିକୁ ନେଇ କେଁ
  • କାହିଁକି ଲୁଚାଯାଇଛି ଚାବି?

ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ବିଡମ୍ବନାର ବିଷୟ ଯେଉଁ ଚାବିରେ ରତ୍ନଭଣ୍ଡାର ଖୋଲାଯିବ ସେ ଚାବିର ସ୍ଥିତି କଣ ଏପର୍ଯ୍ୟନ୍ତ ତାହା ସ୍ପଟ ହୋଇନି। ରେକର୍ଡ ରୁମରେ ଯେଉଁ ଚାବି ଅଛି ବୋଲି କୁହାଯାଉଛି, ତାହା ଅସଲି କି ନକଲି ତାହା ଜଣାପଡିନି। ଏପିରିକି ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକରେ ଶ୍ରୀମନ୍ଦିର ପ୍ରଶାସକ ଚାବି ଉପସ୍ଥାପନ କରିବେ ବୋଲି ପୂର୍ବରୁ କୁହାଯାଇଥିଲେ ବି ସେମିତି ହୋଇନଥିଲା। ଯାହାକୁ ନେଇ ଏବେ ପ୍ରଶ୍ନ ପଚାରିଛନ୍ତି ବରିଷ୍ଠ ରାଜନେତା।

  • ଶ୍ରୀମନ୍ଦିର ପ୍ରଶାସକ ଚାବି କାହିଁକି ଉପସ୍ଥାପନ କଲେନି?
  • କାହିଁକି ଚାବି ଲୁଚା ଗଲା ?
  • ରଘୁବୀର ଦାଶଙ୍କ ରିପୋର୍ଟ କାହିଁକି ସାର୍ବଜନୀନ କରାଗଲା ନାହିଁ?

ଏତିକିବେଳେ ବିରୋଧୀ ଦଳ କଂଗ୍ରେସ ଓ ବିଜେଡି ମଧ୍ୟ ରତ୍ନଭଣ୍ଡାର ଚାବିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତେଣୁ ଏବେ ଅପେକ୍ଷା ଆଗାମୀ ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକରେ ଚାବି ଉପସ୍ଥାପନ ହେଉଛି କି ନାହିଁ? ଆଉ କେବେ ସାର୍ବଜନୀନ ହେବ, ରଘୁବର ଦାସ କମିଶନଙ୍କ ରିପୋର୍ଟ?