ଶସ୍ତାରେ କିଣୁଛ, ଚଢ଼ାରେ ବିକୁଛ ! ବିଜୁଳି ଦର ଉପରେ ପ୍ରଶ୍ନ ଉଠାଇଲେ ଗ୍ରାହକ, ରାଜନେତା,ଉପଭୋକ୍ତା ସଂଘ

43

କନକ ବ୍ୟୁରୋ : କଂପାନୀ ପ୍ରେମରେ ଉବୁଟୁବୁ ସରକାର । ଶସ୍ତାରେ ମିଳୁଥିବା ବେଳେ କଂପାନୀଙ୍କ ଲାଭକୁ ପ୍ରାଥମିକତା ଦେଇ ଉଚ୍ଚଦରରେ କିଣୁଛନ୍ତି ବିଜୁଳି । ରାଜ୍ୟରେ ଜଳବିଦ୍ୟୁତ ଉତ୍ପାଦନ ବୃଦ୍ଧି ଦିଗରେ ଉଦ୍ୟମ ନକରି କେବଳ ବିଜୁଳି ଦର ବୃଦ୍ଧି କରି ଖାଉଟିଙ୍କ ଉପରେ ବୋଝ ବଢାଉଥିବା ଅଭିଯୋଗ କରିଛି ବିଜେପି । ନବୀନ ସରକାରଙ୍କ ସ୍ଥାଣୁତା ଓ ଅପାରଗତାର ଆର୍ଥିକ ବୋଝ କାହିଁକି ରାଜ୍ୟବାସୀ ମୁଣ୍ଡାଇବେ ବୋଲି ଦଳ ପ୍ରଶ୍ନ କରିଛି । ସେପଟେ ବିକଳ୍ପ ବିଜୁଳି ଉତ୍ପାଦନ ଉପରେ ଗୁରୁତ୍ୱ ନଦେଇ ଚଢା ଦରରେ ବିଜୁଳି କାହିଁକି କିଣିଯାଉଛି ବୋଲି ପ୍ରଶ୍ନ କରିଛି ଓଡିଶା ବିଦ୍ୟୁତ ଉପଭୋକ୍ତା ସଂଘ ।

ବିଜୁଳ ଦରବୃଦ୍ଧିର ତାତି ବିଧାନସଭାରେ ମଧ୍ୟ ଦେଖିବାକୁ ମିଳିଛି । ସର୍ବନିମ୍ନ ସହାୟକ ମୂଲ୍ୟ ଓ ବିଜୁଳି ଦରବୃଦ୍ଧି ନେଇ ଗୃହକୁ ଅଚଳ କରିଛନ୍ତି ବିରୋଧୀ । ଏ ଦରବୃଦ୍ଧିକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିରୋଧୀ । ଏହାର ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦେଇଛନ୍ତି । ସେପଟେ କିନ୍ତୁ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି ।

ତେବେ କୋଟି କୋଟି ଟଙ୍କା କଂପାନୀମାନଙ୍କ ପାଖରେ ବକେୟା ପଡିଥିବା ବେଳେ ତାହାକୁ ସଂଗ୍ରହ ନକରି ଦରବୃଦ୍ଧି କରିବା ଦୁର୍ଭାଗ୍ୟଜନକ । ଅନାବଶ୍ୟକ ଭାବେ ଏ ଦରବୃଦ୍ଧିକୁ ନେଇ ବିରୋଧ ଆଗକୁ ତୀବ୍ରହେବା ସମ୍ଭାବନା ସୃଷ୍ଟି ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-