କନକ ବ୍ୟୁରୋ: ପଂଜାବ ବିଧାନସଭା ନିର୍ବାଚନରେ କମାଲ କରିଛି ଆମ ଆଦମୀ ପାର୍ଟି । ମ୍ୟାଜିକ ନମ୍ବରଠୁ ବେଶ ଅଧିକ ଆସନ ନିଜ ନାଁରେ କରି ନୂଆ ଇତିହାସ ରଚିଛି ଆପ୍ । ବିପୁଳଭୋଟ ସହ ପଂଜାବର ଆଗାମୀ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ହେବାକୁ ଯାଉଛନ୍ତି । ମାର୍ଚ୍ଚ ୧୬ରେ ପଂଜାବର ନୂଆ ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇପାରନ୍ତି ମାନ୍ । ସେପଟେ କଂଗ୍ରେସର ଶୋଚନୀୟ ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଶୁକ୍ରବାର ଇସ୍ତଫା ଦେଇଛନ୍ତି  ଚରଣଜୀତ ସିଂ ଚନ୍ନୀ । ଚଣ୍ଡିଗଡରେ ଥିବା ରାଜଭବନରେ ପହଁଚି ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ଚନ୍ନୀ । ଏଥରକ ନିର୍ବାଚନରେ କଂଗ୍ରେସ ପରାଜୟ ହେବା ସହ ଚନ୍ନୀ ଯେଉଁ ଦୁଇଟି ଆସନରୁ ଲଢିଥିଲେ ସେଥିରେ ମଧ୍ୟ ହାରିଛନ୍ତି । ଇସ୍ତାଫା ଦେବା ପରେ ଚନ୍ନୀ କହିଛନ୍ତି ସେ ଓ ତାଙ୍କ ସହ ସବୁବେଳେ ପଂଜାବବାସୀଙ୍କ ସେବା ଜାରି ରଖିବେ । ୧୧୧ଦିନର ସରକାରରେ ସେ ପଂଜାବାବାସୀଙ୍କ ସେବା କରିବାକୁ ମୌକା ପାଇଥିବାରୁ ନିଜକୁ ଭାଗ୍ୟଶାଳୀ ମନେ କରୁଛନ୍ତି ।

Advertisment

ପଂଜାବରେ କଂଗ୍ରେସକୁ ଜୋରଦାର ଝଟକା ଲାଗିଛି । ନିର୍ବାଚନରେ ଆଶାନୁରୁପକ ପ୍ରଦର୍ଶନ କରିପାରିନି କଂଗ୍ରେସ ।ଦଳର ଶୋଚନୀୟ ପରାଜୟ ପରେ ଦଳୀୟ କନ୍ଦଳ ପୁଣି ଆରମ୍ଭ ହୋଇଛି । କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଭାବେ ଚରଣଜିତ ଚନ୍ନୀଙ୍କ ପରି ଜଣେ ଦୁର୍ନିତୀଗସ୍ତ ନେତାଙ୍କୁ ଛିଡା କରିବା ଯୋଗୁଁ ଦଳର ଏଭଳି ଶୋଚନୀୟ ପରାଜୟ ହୋଇଥିବା ସିଦ୍ଧୁ କହିଛନ୍ତି । ଏଥିସହ ଚନ୍ନୀଙ୍କୁ ଟାର୍ଗେଟ କରି ସିଦ୍ଧୁ କହିଛନ୍ତି କି ତାଙ୍କୁ ଯେଉଁଭଳି ଭାବରେ ନିଚ୍ଚା ଦେଖାଇବା ପାଇଁ ଚେଷ୍ଟା କରାଯାଇଥିଲା ତାର ଇଏ ପରିଣାମ । ଏଥିସହ ଆମ ଆଦମୀ ପାର୍ଟିକୁ ତାର ବିପୁଳ ବିଜୟ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ସିଦ୍ଧୁ ।