କନକ ବ୍ୟୁରୋ : ଆସନ୍ତାକାଲି ବିରୋଧୀ ଦଳ ବୈଠକ । ବେଙ୍ଗାଲୁରୁରେ ବସିବ ଏହି ବୈଠକ । ଏହା ପୂର୍ବରୁ ବୈଠକ ହେବାକୁ ଥିବା ସ୍ଥାନର ସମୀକ୍ଷା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା , କଂଗ୍ରେସ୍ ନେତା ରଣଦୀପ ସୁରଜେୱାଲା । କଂଗ୍ରେସ ନେତୃତ୍ୱରେ ଏହି ବୈଠକ ବସୁଛି । ପାଟନାରେ ପ୍ରଥମ ମିଳିତ ବିରୋଧୀ ବୈଠକ ହୋଇଥିଲା । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ଏହି ବୈଠକ ବସିଥିଲା ।

Advertisment

ବୈଠକରେ ପ୍ରାୟ ୧୮ ଟି ବିରୋଧୀ ଦଳ ଯୋଗଦେଇଥିଲେ । ଆଉ ଏବେ ୨ୟ ବୈଠକ ପାଇଁ ଚଂଳଚଂଚଳ ହୋଇଛନ୍ତି ବିରୋଧୀ । ୨୪ ରାଜନୈ÷ତିକ ଦଳ ଏହି ବୈଠକରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ୨୪ ନିର୍ବାଚନରେ ବିଜେପିକୁ ମାତ୍ ଦେବା ପାଇଁ ଏକାଠି ହେଉଛନ୍ତି ବିରୋଧୀ ଦଳ ମାନେ ।