କନକ ବ୍ୟୁରୋ: ବିଜୁଳି ବିଲ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ଆଜି ଗୃହରେ ବିଜୁଳି ସମ୍ପର୍କି ମୁଲତବୀ ନୋଟିସର ଆଲୋଚନା ହୋଇଥିଲା । ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉତର ରଖି କହିଥିଲେ,  ସବୁଦିଗକୁ  ଅନୁଧ୍ୟାନ କରି  ଦର ନିୟନ୍ତ୍ରଣ  କରିଥାଏ ଓଇଆରସି ।  ୭ ବର୍ଷ ପରେ ଦର ବୃଦ୍ଧି ହୋଇଛି  । କିନ୍ତୁ କୃଷକ ଓ ବିପିଏଲ ପରିବାରର ଦରବୃଦ୍ଧି ହୋଇନାହିଁ ।  ମନ୍ତ୍ରୀଙ୍କ ଉତରରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ ବିଜେପି କକ୍ଷତ୍ୟାଗ କରିଥିଲା ।  ଏହାପରେ ଗୃହକୁ ୩ଟା ଯାଏଁ ମୁଲତବୀ ଘୋଷଣା ହୋଇଥିଲା । ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ।

Advertisment

ସେପଟେ ଏନସିଆରବି ରିପୋର୍ଟ ନେଇ ମଧ୍ୟ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ । ଆଜି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହରେ ଏହି ପ୍ରସଙ୍ଗ ଉଠାଇଥିଲେ । ସେ କହିଛନ୍ତି, ଅସଦାଚରଣରେ  ଓଡିଶା ଦ୍ୱିତୀୟ ସ୍ଥାନରେ ରହିଛି । ସାଇବର କ୍ରାଇମରେ ପ୍ରଥମ । ସରକାର ନିଦରେ ଶୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏହି ରିପୋର୍ଟ ନେଇ ବର୍ଷିଛନ୍ତି ବିରୋଧୀ ।