କନକ ବ୍ୟୁରୋ: ବିଜୁଳି ବିଲ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ଆଜି ଗୃହରେ ବିଜୁଳି ସମ୍ପର୍କି ମୁଲତବୀ ନୋଟିସର ଆଲୋଚନା ହୋଇଥିଲା । ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉତର ରଖି କହିଥିଲେ, ସବୁଦିଗକୁ ଅନୁଧ୍ୟାନ କରି ଦର ନିୟନ୍ତ୍ରଣ କରିଥାଏ ଓଇଆରସି । ୭ ବର୍ଷ ପରେ ଦର ବୃଦ୍ଧି ହୋଇଛି । କିନ୍ତୁ କୃଷକ ଓ ବିପିଏଲ ପରିବାରର ଦରବୃଦ୍ଧି ହୋଇନାହିଁ । ମନ୍ତ୍ରୀଙ୍କ ଉତରରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ ବିଜେପି କକ୍ଷତ୍ୟାଗ କରିଥିଲା । ଏହାପରେ ଗୃହକୁ ୩ଟା ଯାଏଁ ମୁଲତବୀ ଘୋଷଣା ହୋଇଥିଲା । ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ।
ସେପଟେ ଏନସିଆରବି ରିପୋର୍ଟ ନେଇ ମଧ୍ୟ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ । ଆଜି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହରେ ଏହି ପ୍ରସଙ୍ଗ ଉଠାଇଥିଲେ । ସେ କହିଛନ୍ତି, ଅସଦାଚରଣରେ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଛି । ସାଇବର କ୍ରାଇମରେ ପ୍ରଥମ । ସରକାର ନିଦରେ ଶୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏହି ରିପୋର୍ଟ ନେଇ ବର୍ଷିଛନ୍ତି ବିରୋଧୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/34.jpg)