ବଜେଟକୁ ନେଇ ଥମୁନି ବିବାଦ । ସଂସଦର ଉଭୟ ଗୃହରେ ବିରୋଧୀ-ଶାସକ ମୁହାଁମୁହିଁ

Advertisment
ବଜେଟକୁ ନେଇ ଥମୁନି ବିବାଦ । ସଂସଦର ଉଭୟ ଗୃହରେ ବିରୋଧୀ-ଶାସକ ମୁହାଁମୁହିଁ

କନକ ବ୍ୟୁରୋ : ବଜେଟ ଆସିବାକୁ ଦୁଇ ଦିନ ବିତିଲାଣି କିନ୍ତୁ ବଜେଟକୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାରେ ନା ଧରୁନି। ବିରୋଧୀ ସାଂସଦମାନେ ହୋହାଲ୍ଲା କରିବାରୁ ଗତକାଲି ସଂସଦର ଉଭୟ ଗୃହ ଚାଲିପାରିନଥିଲା। ଆଜି ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ବଜେଟ ଅଧିବେସନ ଚାଲିଥିଲେ ମଧ୍ୟ ପାତରଅନ୍ତର ଅଭିଯୋଗ ଆଣି ବିରୋଧୀ ଆଲୋଚନା କରିବାକୁ ଚାହୁଁନାହାଁନ୍ତି। ଯାହାକୁ ନେଇ ରାଜନୀତି ଜୋର ଧରିଛି। ପ୍ରଧାନମନ୍ତ୍ରୀ ମିଶିକି କାର୍ୟ୍ୟ କରିବାକୁ କହୁଥିବା ବେଳେ ବିରୋଧୀ ମୋଦୀଜୀଙ୍କୁ ଗାଳି ଦେଉଛନ୍ତି। ଭାରତକୁ ବିଶ୍ବର ତୃତୀୟ ବୃହତ ଅଥର୍ନୀତି କରିବାକୁ ବଜେଟରେ ଯୋଜନା ପ୍ରସ୍ତୁତ କରାଯାଇଛି। କିନ୍ତୁ ଆଲୋଚନା କରିବା ପରିବର୍ତ୍ତେ ରାଜନୀତି କରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ। ଯାହାର ଯବାବ ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର।

ବଜେଟକୁ ନେଇ ଶାସକ ଏବଂ ବିରୋଧୀ ମଧ୍ୟରେ ବିବାଦ ଭିତରେ ବଡ଼ ନିଷ୍ପତ୍ତି ନେଇଛି ଇଣ୍ଡି ମେଣ୍ଟ। ବଜେଟରେ ଅଣ-ବିଜେପି ଶାସିତ ରାଜ୍ୟକୁ ଅଣଦେଖା ଅଭିଯୋଗ ଆଣି ଇଣ୍ଡି ମେଣ୍ଟର କୌଣସି ମୁଖ୍ୟମନ୍ତ୍ରୀ ଶନିବାର ହେବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗନଦେବାକୁ ନିଷ୍ପତ୍ତି ନେଇଛନ୍ତି। ଦେଶର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ନୀତି ଆୟୋଗ ବୈଠକରେ ବିରୋଧୀ ମୁଖ୍ୟମନ୍ତ୍ରୀ ଯୋଗନଦେବାକୁ ନେଇ ରାଜନୀତି ଜୋର ଧରିଛି। କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକରେ ଯୋଗଦେବେ ବୋଲି ସୂଚନା ମିଳିଛି। ଯାହାକୁ ନେଇ ଇଣ୍ଡି ମେଣ୍ଟ ଭିତରେ ସବୁକିଛି ଠିକ୍ ଚାଲୁନଥିବା କୁହାଯାଉଛି।

ବଜେଟରେ ଆନ୍ଧ୍ର ଓ ବିହାରକୁ ଅଧିକ ପାଣ୍ଠି ଯୋଗାଇ ଦେବାକୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ନୀତି ଆୟୋଗ ବୈଠକକୁ ପ୍ରଭାବିତ କରିଛି। ରାଜନୀତି ଯୋଗୁ ଦେଶର ବିକାଶ ପାଇଁ ନୀତି ଆୟୋଗ ବୈଠକ କେତେ ଗୁରୁତ୍ବପୂର୍ଣ୍ଣ ତାହା ବୁଝିବାକୁ ରାଜି ନାହାଁନ୍ତି ବିରୋଧୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe