କନକ ବ୍ୟୁରୋ : ଶୁକ୍ରବାର ସକାଳ ସଂସଦ ଭବନ ପରିସର କିଛି ଏଭଳି ରହିଥିଲା । ଗାନ୍ଧୀମୂର୍ତ୍ତି ତଳେ ଛିଡା ହୋଇଛି ପ୍ରତିବାଦ କରିଥିଲେ ନିଲମ୍ବିତ ସାଂସଦ । ପ୍ଲାକାର୍ଡ ଧରି , ସ୍ଲୋଗାନ ଦେଇ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି ଜଣାଇଛନ୍ତି ବିରୋଧୀ । ଅନ୍ୟପଟେ ନିଲମ୍ବିତ ଟିଏମସି ସାଂସଦ ଡେରେକ ଓ’ବ୍ରେୟନ ଅଭିନବ ଉପାୟରେ ନିଲମ୍ବନକୁ ପ୍ରତିବାଦ କରିଥିଲେ । ମୌନ ବ୍ରତ ଲେଖା ଟିସାର୍ଟ ପିନ୍ଧି ସଂସଦରେ ପହଁଚିଥିଲେ । ସେପଟେ ନିଲମ୍ବିତ ସାଂସଦଙ୍କୁ ଭେଟିବା ପାଇଁ ପହଁଚିଥିଲେ ସୋନିଆ ଗାନ୍ଧୀ ।

ବିରୋଧୀ ସରକାରଙ୍କୁ ପ୍ରଶ୍ନ ପଚାରଛନ୍ତି ସଂସଦ ସୁରକ୍ଷା ବାବଦରେ ପ୍ରଶ୍ନ ପଚରାଯିବା କ’ଣ ଅପରାଧ ? ଦେଶର ସବୁଠୁ ସୁରକ୍ଷିତ ସ୍ଥାନ ଯଦି ଅସୁରିକ୍ଷ ତେବେ ଦେଶବାସୀଙ୍କୁ କିଭଳି ନିଜକୁ ସୁରକ୍ଷିତ ମଣିବେ? ଗୃହମନ୍ତ୍ରୀ ସଂସଦରେ ବିବୃତି ରଖି ସମସ୍ତଙ୍କୁ ଜବାବ ଦେବା ଉଚିତ । ବିରୋଧୀ କହିଛନ୍ତି ଯଦି ଅନ୍ୟକୌଣସି ଦଳର ସମ୍ପୃକ୍ତି ପ୍ରମାଣ ମିଳିଥାନ୍ତା ତେବେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ କରୁଛନ୍ତି କିନ୍ତୁ ବିଜେପି ସାଂସଦଙ୍କ ସମ୍ପୃକ୍ତି ଥିବାରୁ ଘଟଣାରେ ଚୁପ ରହିଛି ବିଜେପି ।

ବୁଧବାର ସଂସଦରେ ୪ ଅଜ୍ଞାତ ଅନୁପ୍ରବେଶ କରିଥିଲେ ଓ କିଛି ମିନିଟରେ ଧରି ହଙ୍ଗାମା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହାକୁ ବିରୋଧ କରି ଗୁୁରୁବାର ଉଭୟ ରାଜ୍ୟସଭା ଓ ଲୋକସଭାରେ ହଟଗୋଳ କରିଥିଲେ ବିରୋଧୀ । ଗୃହକାର୍ଯ୍ୟରେ ବାଧା ସୃ୍ଷ୍ଟି ଅଭିଯୋଗ ଆଣି ମୋଟ ୧୪ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା ।