କନକ ବ୍ୟୁରୋ: ୨୦୧୭ ପଂଚାୟତ ନିର୍ବାଚନରେ ଭୋଟର ବିଜେପିକୁ ବଡ ବିଜୟ ଦେଇଥଲେ, ୨୦୨୨ରେ ଭୋଟରଙ୍କ ସେହି ନିଷ୍ପତି ରାଜ୍ୟ ବିଜେପି ନେତାଙ୍କ ହୋସ ଉଡାଇଦେଇଛି । ପଶ୍ଚିମ ଗଡ ସହ ଉପକୂଳରେ ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନ ଏବେ ଅନେକ ଚର୍ଚ୍ଚାକୁ ସାମ୍ନାକୁ ଆଣିଛି ।
୨୦୧୭ ପଂଚାୟତ ନିର୍ବାଚନରେ ଭୋଟରଙ୍କ ମଧ୍ୟରେ ଏକ ନୂଆ ବିଶ୍ୱାସ ସୃଷ୍ଟି କରିଥିଲା ବିଜେପି । ପଶ୍ଚିମରେ ବିଜୟବାନା ଉଡାଇବା ସହ ମୟୁରଭଞ୍ଜରେ ଚମକ୍ରାର ପ୍ରଦର୍ଶନ କରିଥିଲ।। ଆଉ ଏହା ୨୦୧୯ ସାଧାରଣ ନିର୍ବାଚନରେ ବି ପ୍ରତିଫଳିତ ହୋଇଥିଲା । କିନ୍ତୁ ଏବର ପଂଚାୟତ ନିର୍ବାଚନ ଫଳାଫଳ ବିଜେପି ବିରୋଧରେ ଯାଇଛି । ପ୍ରଶ୍ନ ଉଠୁଛି ବିଜେପିର ଏଭଳି ନୈରାଶ୍ୟ ଜନକ ପ୍ରଦର୍ଶନର କାରଣ କଣ ? ଏଥିପାଇଁ ଦାୟୀ କିଏ ? ଭୋଟର କାହିଁକି ବିଜେପି ପ୍ରତି ବିମୁଖ ହୋଇପଡିଲେ? ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ କହିଛନ୍ତି, ନେତୃତ୍ୱ ସଙ୍କଟ ପାଇଁ ଦଳର ଏଭଳି ପରିସ୍ଥିତି ହେଲା ।
ବିଜେପିର ୮ ସାଂସଦ ଓ ୨୨ ବିଧାୟକଙ୍କ ନିଜ ନିଜ ଅଂଚଳରେ ନୈରାଶ୍ୟଜନକ ପ୍ରଦର୍ଶନ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି । ଏଠାରେ ପ୍ରଶ୍ନ ଉଠୁଛି-
-ନେତାଙ୍କ ମଧ୍ୟରେ ସମନ୍ୱୟ ଓ ବୁଝାମଣାର ଅଭାବ ରହିଲା କି?
- ଧର୍ମେନ୍ଦ୍ରଙ୍କ ଅନୁପସ୍ଥିତି ଦଳ ପରାଜୟର ଅନ୍ୟ କାରଣ କି?
-ରାଜ୍ୟ ସରକାରଙ୍କ ଉପରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରୀୟ ନେତାଙ୍କ ବୟାନ ଭୋଟରଙ୍କୁ ଦ୍ୱନ୍ଦ୍ୱରେ ପକାଇଲା କି?
ପଂଚାୟତ ନିର୍ବାଚନରେ ଭୋଟରଙ୍କ ପାଖରେ ପଂହଚିବା ପାଇଁ ବିଜେପି ସବୁପ୍ରକାରର ରଣନୀତି ଆପଣାଇଥିଲା ବିଜେପି । ତଥାପି ଦଳକୁ ଏକ ବଡ ଚେତାବନୀ ଦେଇଛନ୍ତି ଭୋଟର, ଆଉ ଆଗକୁ କାରଣ ଖୋଜିବ ବିଜେପି । ଆତ୍ମସମୀକ୍ଷାର କଥା କହୁଥିବା ଦଳ ୨୦୨୪ ନିର୍ବାଚନ ବେଳକୁ ଏହି ବିପର୍ଯ୍ୟୟରୁ ଉଠିପାରିବ କି ।