କନକ ବ୍ୟୁରୋ : କଂଗ୍ରେସ ନେତା ଶଶୀ ଥରୁରୁ, ଶିବସେନା ନେତ୍ରୀ ପ୍ରିୟଙ୍କା ଚର୍ତ୍ତୁବେଦୀ, ଏଆଇଏମଆଇଏମର ନେତା ଅସଦୁଦ୍ଦିନ ଓୱେସୀଙ୍କ ସମେତ ଅନେକ ବିରୋଧୀଦଳର ନେତା ଦାବି କରିଛନ୍ତି କି ସେମାନଙ୍କ ମୋବାଇଲ ଫୋନ ହ୍ୟାକ କରିବାକୁ ଚେଷ୍ଟା କରାଯାଉଛି । ଏନେଇ ଖୋଦ ଆପଲ କମ୍ପାନୀ ସୂଚନା ଦେଇଥିବା କହିଛନ୍ତି ଏହି ନେତାମାନେ । ଏହାସହ ଆପଲ ତରଫରୁ ସେମାନଙ୍କୁ ଆସିଥିବା ଅର୍ଲଟ ମ୍ୟାସେଜ ବି ସେମାନେ ଦେଖାଇଛନ୍ତି । କେବଳ ଏହି ମାନଙ୍କର ନୁହଁ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟର ୩ ଜଣ କର୍ମଚାରୀଙ୍କ ମଧ୍ୟ ଆପଲ ତରଫରୁ ଏଭଳି ଆଲର୍ଟ ନୋଟିସ ଆସିଛି । ସେପଟେ ସରକାରୀ ସୂତ୍ର କହିଛି କି, ଏବାବଦରେ ସରକାର ଅବଗତ ଅଛନ୍ତି ।

Advertisment

ଅନ୍ୟପଟେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ଆଇ ଫୋନକୁ ମଧ୍ୟ ଏଭଳି ନୋଟିସ ଆସିଛି । ସେ ଦାବି କରିଛନ୍ତି କି, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଡ୍ଡା, ସିପିଆଇ (ଏମ) ମୁଖ୍ୟ ସୀତାରାମ ୟେଚୁରୀ, କଂଗ୍ରେସ ନେତା ପୱନ ଖେଡାଙ୍କୁ ମଧ୍ୟ ଆପଲ ତରଫରୁ ଆଲର୍ଟ ନୋଟିସ ଆସିଥିବା ଜଣାପଡିଛି ।

ଆପଲ ମୁତାବକ, ଏହି ସୁରକ୍ଷା ବିପଦ ସତର୍କସୂଚନା ସେତେବେଳେ ଆସିଥାଏ , ଯେତେବେଳେ ରାଜ୍ୟ ପ୍ରାୟୋଜିତ ଆକ୍ରମଣ ସହିିତ ସମାନ କାର୍ଯ୍ୟକଳାପ ଚିହ୍ନଟ କରେ । ଏହାସହ ଖୁବଶୀଘ୍ର ଏହି ତ୍ରୁଟି ବାବଦରେ ବିସ୍ତୃତ ବିବୃତି ଜାରି କରାଯିବ ବୋଲି ଆପଲ ତରଫରୁ କୁହାଯାଇଛି ।