ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବିରୋଧୀ ଦଳ ନେତାଙ୍କ ଜବାବ: ରାଜ୍ୟ ଶାସନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ଜୟନାରାୟଣ ମିଶ୍ର
କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବିରୋଧୀ ଦଳ ନେତାଙ୍କ ଜବାବ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଲେ, କାହିଁକି ମୁଲତବୀ ପ୍ରସ୍ତାବକୁ ଆଗ୍ରାହ୍ୟ କରାଗଲା । ବିରୋଧୀ ବିଧାୟକ କରିଥିବା ପ୍ରଶ୍ନର କାହିଁକି ମିଳିଲାନି ଉତ୍ତର? ରାଜ୍ୟ ଶାସନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ଜୟନାରାୟଣ ମିଶ୍ର । ସିଏମଓ କାହାକୁ କହନ୍ତି ବୋଲି ସେ ପ୍ରଶ୍ନ କଲେ । ଜଣେ ବ୍ୟକ୍ତିଙ୍କୁ ସିଏମଓ କୁହାଯିବ କି?

Kanak News is now on WhatsApp
Join and get latest news updates delivered to you via WhatsApp
ବିରୋଧୀ ଦଳ ନେତା କହୁଥିବା ବେଳେ ତାଙ୍କ ମାଇକ ବନ୍ଦ କରିଦିଆଗଲା । ଯାହା କି ବିଧାନସଭା ଇତିହାସରେ ପ୍ରଥମ ଘଟଣା । ବିଧାନସଭା ନିୟମ ଅନୁଯାୟୀ ଚାଲୁନାହିଁ । ରାଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା ଭୁଶୁଡି ପଡ଼ିଛି । ଗଣତନ୍ତ୍ରରେ ସରକାର ଉତ୍ତର ଦେବା ପାଇଁ ବାଧ୍ୟ । ଆମେ ଯେଉଁ ପ୍ରଶ୍ନ କରିଛୁ ତାହା ଲୋକଙ୍କ ପ୍ରଶ୍ନ । ଲୋକେ ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଇଛନ୍ତି ଅନ୍ୟ କାହାକୁ ଭୋଟ ଦେଇ ନାହାନ୍ତି । ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀ ଓ ଅଫସିରଙ୍କ କାର୍ଯ୍ୟକୁ ନେଇ ଲୋକ ଓ ବିଧାନସଭା ପାଖରେ ଉତ୍ତର ଦାୟୀ । କିନ୍ତୁ ମୁଖ୍ୟମନ୍ତ୍ରୀ ତାକୁ ଅଣଦେଖା କରୁଛନ୍ତି ବୋଲି କହିଛନ୍ତି ଜୟନାରାୟଣ ମିଶ୍ର ।