କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବିରୋଧୀ ଦଳ ନେତାଙ୍କ ଜବାବ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଲେ, କାହିଁକି ମୁଲତବୀ ପ୍ରସ୍ତାବକୁ ଆଗ୍ରାହ୍ୟ କରାଗଲା । ବିରୋଧୀ ବିଧାୟକ କରିଥିବା ପ୍ରଶ୍ନର କାହିଁକି ମିଳିଲାନି ଉତ୍ତର? ରାଜ୍ୟ ଶାସନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ଜୟନାରାୟଣ ମିଶ୍ର । ସିଏମଓ କାହାକୁ କହନ୍ତି ବୋଲି ସେ ପ୍ରଶ୍ନ କଲେ । ଜଣେ ବ୍ୟକ୍ତିଙ୍କୁ ସିଏମଓ କୁହାଯିବ କି?

Advertisment

ବିରୋଧୀ ଦଳ ନେତା କହୁଥିବା ବେଳେ ତାଙ୍କ ମାଇକ ବନ୍ଦ କରିଦିଆଗଲା । ଯାହା କି ବିଧାନସଭା ଇତିହାସରେ ପ୍ରଥମ ଘଟଣା । ବିଧାନସଭା ନିୟମ ଅନୁଯାୟୀ ଚାଲୁନାହିଁ । ରାଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା ଭୁଶୁଡି ପଡ଼ିଛି । ଗଣତନ୍ତ୍ରରେ ସରକାର ଉତ୍ତର ଦେବା ପାଇଁ ବାଧ୍ୟ । ଆମେ ଯେଉଁ ପ୍ରଶ୍ନ କରିଛୁ ତାହା ଲୋକଙ୍କ ପ୍ରଶ୍ନ । ଲୋକେ ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଇଛନ୍ତି ଅନ୍ୟ କାହାକୁ ଭୋଟ ଦେଇ ନାହାନ୍ତି । ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀ ଓ ଅଫସିରଙ୍କ କାର୍ଯ୍ୟକୁ ନେଇ ଲୋକ ଓ ବିଧାନସଭା ପାଖରେ ଉତ୍ତର ଦାୟୀ । କିନ୍ତୁ ମୁଖ୍ୟମନ୍ତ୍ରୀ ତାକୁ ଅଣଦେଖା କରୁଛନ୍ତି ବୋଲି କହିଛନ୍ତି ଜୟନାରାୟଣ ମିଶ୍ର ।