କନକ ବ୍ୟୁରୋ: ମଣିପୁରରେ ବିରୋଧୀ ମେଣ୍ଟ ଇଣ୍ଡିଆର ସାଂସଦ । ଗସ୍ତର ଦ୍ୱିତୀୟ ଦିନରେ ୨୧ଜଣ ସାଂସଦ ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ପୀଡିତଙ୍କୁ ଭେଟିଛନ୍ତି । ହିଂସାରେ ପ୍ରଭାବିତ ଲୋକଙ୍କୁ ଆଶ୍ରୟସ୍ଥଳରେ ଯାଇ ଭେଟିଛନ୍ତି ସାଂସଦ । ପରେ ମଣିପୁର ରାଜ୍ୟପାଳ ଅନୁସୁଇୟା ଉକେଇଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସାକ୍ଷାତ କାର୍ଯ୍ୟକ୍ରମ ପରେ କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ କହିଛନ୍ତି ରାଜ୍ୟପାଳଙ୍କ ସହ ପ୍ରତିନିଧିମଣ୍ଡଳୀଙ୍କ ଆଲୋଚନା ସଫଳ ରହିଛି । କିଭଳି ମଣିପୁରରେ ଶାନ୍ତି ଫେରାଇ ଅଣାଯିବ ସେଦିଗରେ ଚର୍ଚ୍ଚା କରାଯାଇଛି ।

Advertisment

ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଏକ ପ୍ରତିନିଧିମଣ୍ଡଳୀ ମଣିପୁରକୁ ଆସି ଏଠାକାର ସ୍ଥିତି ଦେଖିବା ଉଚିତ ବୋଲି ଇଣ୍ଡିଆ ମେଂଟ କହିଛି । ମଣିପୁର ଯାଇଥିବା ବିରୋଧୀ ମେଂଟର ୨୧ଜଣ ସାଂସଦଙ୍କୁ ନେଇ ଦୁଇଟି ଟିମ ଗଠନ କରାଯାଇଛି । ୧୦ଜଣ ଓ ୧୧ଜଣ ଲେଖାଏଁ ଟିମ ବିଭିନ୍ନ ସ୍ଥାନ ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି । ଶନିବାର ଦିଲ୍ଲୀରୁ ବିମାନଯୋଗେ ପ୍ରତିନିଧିମଣ୍ଡଳ ଇମ୍ପାଲରେ ପହଁଚିଥିଲେ ।